ଅଖିଳ ଭାରତ କୃଷକ ସଭା ର ଜ଼ିଲ୍ଲା ପରିଷଦ ବୈଠକ
ଜଗତସିଂହପୁର
ତା =26/9/23
ଜଗତସିଂହପୁର ଜ଼ିଲ୍ଲା ବିରିଡି ସ୍ଥିତ ବଡ଼ଖଣ୍ଡାୟତା ଗ୍ରାମ ପଞ୍ଚାୟତ ପରିସରରେ ଅଖିଳ ଭାରତ କୃଷକ ସଭା ର ଜ଼ିଲ୍ଲା ପରିଷଦ ବୈଠକ ଶରତ କୁମାର ବଳିୟାର ସିଂହ ଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶୀ ଭୂଷଣ ସ୍ୱାଇଁ, ଜ଼ିଲ୍ଲା ସଭାପତି ପିତାମ୍ବର ଦାସ,କମ୍ୟୁନିଷ୍ଟ ପାଟି ଜଗତସିଂହପୁର ଜ଼ିଲ୍ଲା ସମ୍ପଦଳ ଅଭିଜିତ ସାହୁ, ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର କୃଷି ଓ କୃଷକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା, କୃଷକ ମାନଙ୍କ ଉପରୁ ମିଥ୍ୟା ମକଦମା ପ୍ରତ୍ୟାହାର କରିବା କୃଷି ବିରୋଧି ସମବାୟ ଆଇନି ପ୍ରତ୍ୟାହାର କରିବା, କଟକ ପାରାଦ୍ୱୀପ ବଡ଼ଖଣ୍ଡାୟତା ରେଳ ଷ୍ଟେସନ ନିକଟ ବର୍ତ୍ତୀ ଅଞ୍ଚଳ ରେ ଜମି ହରାଇଥିବା ବ୍ୟକ୍ତି ଙ୍କ ପରିବାର କୁ କର୍ମନିଯୁକ୍ତି ଯୋଗାଇଦେବା, ପ୍ରତି ବିସ୍ଥାପିତ ପରିବାର ଙ୍କୁ ଥଇଥାନ କରିବା , ଜନ ସେଚନ, ଜଳ ନିଷ୍କାସନ ସୁବନ୍ଦବସ୍ତ କରିବା | ରେଳ ବିଭାଗ କର୍ମଚାରୀ ଙ୍କ ଦାଦାଗିରି ବନ୍ଦ କରିବା ଆଦି ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ ଜ଼ିଲ୍ଲା ଏବଂ ପ୍ରତ୍ୟେକ ବ୍ଲକ ସମ୍ମୁଖରେ କରାଯିବା ପାଇଁ ସ୍ଥିର କରାଯାଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ କୁ ନାରାୟଣ ଭୋଳ,ବିଷ୍ଣୁ ମୁଦୁଲି, ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




