ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଷ୍ଟେସନ ବଜାର ପୂଜା କମିଟିର ମା’ଙ୍କର ମାଟି ଅନୁକୂଳ
ଢେଙ୍କାନାଳ, ୨୬/୯: ବିଶ୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଆଜିଠାରୁ ଶୁଭାରମ୍ଭ ହୋଇଯାଇଅଛି । ଢେଙ୍କାନାଳ ସହର ଷ୍ଟେସ ବଜାର ପୂଜା କମିଟି ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଚ୍ଚନା ଓ ହୋମ କରାଯାଇ ମା’ଙ୍କ ମୂର୍ତୀ ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି । ପୂଜକ ରଞ୍ଜନ ପତି ଓ କର୍ତା ସଂଜୟ ମହାରାଜ୍ ପ୍ରଥମେ ମା’ଙ୍କର ଷୋଡଶ ପୂଜା ବିଧ୍ କରି ଭୋଗ ଲାଗି କରାଯାଇଥିଲା। ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ଗୋପାଳ ଚନ୍ଦ୍ର ସାହୁ, ସଂପାଦକ ଜ୍ୟୋତି ରଂଜନ ରଥ, କୋଷାଧ୍ୟକ୍ଷ ମନିସେନ୍ ଗୁପ୍ତା, ଉପସଭାପତି ଶରତ ସାହୁ, ରାଜେନ୍ଦ୍ର କୁମାର ଜୈନ ଓ ସୁକରାମ ଖାନ୍ଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।




