ଚନ୍ଦନ ବଜାର ପୂଜା କମିଟି ପକ୍ଷରୁ ମା’ ଲକ୍ଷ୍ମୀ ମୂର୍ତୀ ନିର୍ମାଣ ନିମନ୍ତେ ମାଟି ଅନୁକୂଳ
ଢେଙ୍କାନାଳ, ୨୬।୯: ଢେଙ୍କାନାଳ ସହର ଚନ୍ଦନ ବଜାର ପୂଜା କମିଟି ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଚ୍ଚନା ଓ ହୋମ କରାଯାଇ ମା’ଙ୍କ ମୂର୍ତୀ ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି । ପୂଜକ ରବି ନାରାୟଣ କବିଶତପଥୀ ଓ କର୍ତା ରୁଦ୍ର ମୋହନ ଷଡଙ୍ଗୀ ମା’ଙ୍କର ଷୋଡଶ ପୂଜା ବିଧ ସଂପନ୍ନ କରି ଭୋଗ ଲାଗି କରାଯାଇଥିଲା । ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ଶିଶିର କୁମାର ଦଳେଇ, ସଂପାଦକ ପ୍ରଫୁଲ୍ଲ ମହାନ୍ତି, କୋଷାଧ୍ୟକ୍ଷ ବିକ୍ରମ ପରିଡା ଓ ସଦସ୍ୟ ସୂର୍ଯ୍ୟ ସରୂପ ମିଶ୍ର ଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।




