ନାଲକୋ ପ୍ଲାଣ୍ଟରେ ଆକସ୍ମିକ ଅଗ୍ନିକାଣ୍ଡ
ଅନୁଗୋଳ –ଗୁରୁବାର ଅନୁଗୋଳ ଜିଲ୍ଲା ତଥା ଅନୁଗୋଳ ସବ୍ ଡିଭିଜନ ରେ ଗଢି ଉଠିଥିବା ବହୁ ପୁରାତନ ନାଲକୋ ଆଲୁମିନିୟମ୍ କାରଖାନାର ସ୍ମେଲଟର ପ୍ଲାଣ୍ଟ ରେ ଥିବା ଗ୍ରୀନ ଏନୋଡ଼ ପ୍ଲାଣ୍ଟ (ଜି ଏ ପି – ୨)ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା । ରାତି ପ୍ରାୟ ୮.୧୦ସମୟ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଖବର ପାଇ ନାଲକୋ ସିପିପି ଓ ସ୍ମେଲଟରର ସମସ୍ତ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ ପ୍ରାୟ ୧ଘଣ୍ଟା ପରେ ନିଆଁ କୁ ଆୟତ କରିଥିଲେ। ଆଗାମୀ ବିପଦକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ଳାଣ୍ଟ ର ପାୱାର କାଟ୍ବି କରିବା ପରେ ସି ଆଇ ଏସ୍ ଏଫ୍ ର ଅଗ୍ନି ନିରାପତ୍ତା ବାହିନୀ ନିଆଁ ଲିଭାଇ ଥିଲେ। ଅଗ୍ନିକାଣ୍ଡ ଘଟିଥିବା ଘଟଣା ସ୍ଥଳକୁ ନିଷିଦ୍ଧ ଅଂଚଳ କରାଯାଇଛି । ଘଟଣା ସ୍ଥଳରେ ନାଲକୋ ଜିଜିଏମ ସ , ସୁରକ୍ଷା ବିଭାଗ ଅଧିକାରୀ ଶ୍ରୀ ପହଁଚି ଘଟଣା ର ଅନୁଧ୍ୟାନ କରିଛନ୍ତି । ତେବେ ଅଗ୍ନିକାଣ୍ଡ ରେ ବହୁ କ୍ଷୟ କ୍ଷତି ହୋଇଥିଲେ ବି କର୍ମଚାରୀ ମାନେ ସୁରକ୍ଷିତ ରହିଥିବା ଖବର ମିଳିଛି।



