ଢେଙ୍କାନାଳ: କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି। ୩୦ ବର୍ଷ ହେବ ଏହି ଆକାଶ ଦୀପ ଉଠା ହେଉଛି ଏଠାରେ। ସଭାପତି ସ୍ନିଗ୍ଧା ରାଣୀ ନନ୍ଦ, ସମ୍ପାଦକ ଯ୍ୟୋତ୍ରିମୟୀ ପଣ୍ଡା ଓ କୁଞ୍ଜକାନ୍ତ ଅଞ୍ଚଳର ବହୁ ମହିଳା ଏହି ପୂଜା ସାମିଲ ହୁଅନ୍ତି। ସମସ୍ତ ଦେବା ଦେବୀ,ପିତୃ ପୁରୁଷ ମାନଙ୍କ ଉଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହେଉଛି। ବାର ମାସରେ କାର୍ତ୍ତିକ ମାସ ହେଉଛି ସବୁଠାରୁ ପୁଣ୍ୟମାସ। ପ୍ରାୟ ଆଖ ପାଖ ଅଂଚଳର ୫୦ ରୁ ଉର୍ଦ୍ଧ୍ବ ମହିଳା ଭକ୍ତ ଏହି ଆକାଶ ଦୀପ ଟେକୁଛନ୍ତି। ଆଜି କାର୍ତ୍ତିକ ପୂର୍ଣ୍ଣିମା ରେ ଶେଷ ଆକାଶ ଦୀପ ଉଠା ଯାଇଥିଲ। ପୂଜା ଅର୍ଚ୍ଚନା କରି ଉଠା ଯାଇଥିଲା।



