ଢେ଼ଙ୍କାନାଳ : ଏକଲ ଅଭିଯାନ ଓଡ଼ିଶା ସମ୍ଭାଗ ଢେ଼ଙ୍କାନାଳ ଅଞ୍ଚଳର ଅଞ୍ଚଳ ସ୍ତରୀୟ ଖେଳ କୁଦ କାର୍ଯ୍ୟ କ୍ରମ ଦୁଇ ଦିନ ଧରି ସ୍ଥାନୀୟ ଭଗବାନ ପୁର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଉଦ୍ଘାଟନ ହୋଇଯାଇଛ। ଏହା କୁ ଉଦ୍ଘାଟନ କରିଥିଲେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର। ମୁଖ୍ୟ ବକ୍ତା ବିଶିଷ୍ଟ କଣ୍ଠ ଶିଳ୍ପୀ ଓ ସ୍ତମ୍ଭକାର ଛନ୍ଦା ମିଶ୍ର ଦୀପ ପ୍ରଜ୍ଵଳନ କରିଥିଲେ। ଅଞ୍ଚଳ ର ସମିତି ର ସଭାପତି ହେମନ୍ତ କୁମାର ପଟ୍ଟନାୟକ, ମହିଳା ସମିତିର ସଭାପତି ଶ୍ରୀମତି ଉଷା ରାଣୀ ଶତପଥୀ, ଖେଳକୁଦ ପ୍ରଭାରୀ ସାଇ ପ୍ରସାଦ ଦଳେଇ, ଧରା ଶ୍ରୀ ପଟ୍ଟନାୟକ, ସମ୍ଭାଗ ଖେଳକୁଦ ପ୍ରଶିକ୍ଷକ ଶ୍ରୀ ଚିନ୍ତାମଣୀ ସାହୁ ,ଅଭିଯାନ ପ୍ରମୁଖ ଗୌର ଚନ୍ଦ୍ର ଜେନା, ଅକାରଣ ବେହେରା, ଅନାଦି ଚରଣ ପ୍ରଧାନ, ଦଶଟି ସଞ୍ଚ ର ପ୍ରମୁଖ ଏବଂ ୨୦୦ ଛାତ୍ର ଓ ଛାତ୍ରୀ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏକଲ ଅଭିଯାନର ଅଭିଯାନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମ ଅଞ୍ଚଳ ରେ ଶିକ୍ଷା ପ୍ରଦାନ କରିବା ସହିତ, ଆରୋଗ୍ୟ ସଚେତନତା , ଜାଗରଣ, ଗ୍ରାମ ବିକାଶ, ସଂସ୍କାର ଶିକ୍ଷା ସହିତ, ଶାରୀରିକ କ୍ରୀଡ଼ା କ୍ଷେତ୍ରରେ ଗ୍ରାମ ଅଞ୍ଚଳ ପିଲା ମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତର କୁ ନେବା ପାଇଁ ଚେଷ୍ଟାରତ। ସଭା ଶେଷରେ ଶାରୀରିକ ଶିକ୍ଷକ ଶ୍ରୀ ଚିନ୍ତାମଣୀ ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ।
