ବଡ଼ବିଲ ଠାରେ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳନ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳ ରେ ଓଏମସି କଲୋନୀ ନିକଟରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିରରେ ସତ୍ୟସାଇ ସମିତି ପକ୍ଷରୁ ଭୋର ସମୟରେ ନଗର କୀର୍ତ୍ତନ କରାଯାଇଥିଲା ଏବଂ ତତ୍ପରେ ଯଥା ବିଦ୍ଧି ସହକାରେ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନ କରାଯାଇଥିଲା ଓ ସାଇବାବଙ୍କ ସମିତି ପକ୍ଷରୁ ବଡ଼ବିଲ ମେଡ଼ିକାଲ କୁ ଯାଇ ସେଠାରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରଯାଇଥିଲା ଓ ମନ୍ଦୀର ପ୍ରାଙ୍ଗଣ ରେ ଖାଦ୍ୟ ବଣ୍ଟନ କରାଯିବା ସହ ଦିନଦରିଦ୍ରଙ୍କୁ କମ୍ବଳ ବଣ୍ଟନ କରଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



