Spread the love

ଭୂବନେଶ୍ବର, ୦୫/୧୨ : ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏଥିପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ ଆସନ୍ତା ୬ ତାରିଖ ସୁଦ୍ଧା ଆସିବ ଯୋଗ୍ୟ ଓ ଅଯୋଗ୍ୟ ତାଲିକା ଆସିବ । ଏହି ତାଲିକା ବ୍ଲକ୍, ମହାନଗର ନିଗମ ସ୍ତରରେ ପ୍ରକାଶ ପାଇବ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଉପସ୍ଥିତିରେ ହୋଇଥିବା ବୈଠକ ପରେ ଏହି ସୂଚନା ଦିଆଯାଇଛି। ପୂର୍ବରୁ ନଭେମ୍ବର ୨୪ ତାରିଖରେ, ୨୦ ଲକ୍ଷ ମହିଳାଙ୍କ ଖାତାକୁ କ୍ରେଡିଟ୍‌ ହୋଇଥିଲା ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏପର୍ଯ୍ୟନ୍ତ ପ୍ରଥମ କିସ୍ତିର ୫ ହଜାର ଟଙ୍କା ତିନିଟି ପର୍ଯ୍ୟାୟରେ ୮୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଦିଆଯାଇସାରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ, ଜନସାଧାରଣଙ୍କୁ ଚିନ୍ତିତ ନହେବାକୁ କହିଥିଲେ। ସେ କହିଥିଲେ ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ମାର୍ଚ୍ଚ ୮ ମହିଳା ଦିବସରେ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ।

Leave a Reply

Your email address will not be published. Required fields are marked *