Spread the love

ଭୂବନେଶ୍ୱର, ୨୦/୧୨ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଏଥିରେ ଅଂଶଗ୍ରହଣ କରୁଥିବା ଓଡିଶା ଭିତ୍ତିକ ଫ୍ରାଞ୍ଚାଇଜ କଳିଙ୍ଗ ଲାନ୍ସର୍ସର ଜର୍ସି, ମାସ୍କଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ ହୋଇଛି। ଦୁଇଟି ଜର୍ସି ରହିଛି । ଚଳିତବର୍ଷ ଟିମ ବେଶ ସନ୍ତୁଳିତ ରହିଛି। ରାଜ୍ୟରୁ ଆଠ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି।

ହକି ଇଣ୍ଡିଆ ଲିଗରେ ଟିମ୍ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ଏହି ଅବସରରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା, ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *