Spread the love

ନାରାୟଣୀ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ

ବଅଁରପାଳ :-ବିଗତ ବର୍ଷ ପରି ଚଳିତବର୍ଷ ୧୭.୧୨.୨୪ରିଖ ଠାରୁ ୨୦.୧୨.୨୪ରିଖ ପର୍ଯ୍ୟନ୍ତ ନାରାୟଣୀ ଇଂଜିନିୟରିଂ କଲେଜରେ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।କ୍ରୀଡା ମହୋତ୍ସବ ଅଵ୍ୟଵହିତ ପୂର୍ବରୁ ପ୍ରତିଯୋଗୀ ମାନେ ମା ଲୋଭୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ପରେ ମଶାଲ ଧାରଣ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ଗଣଦୌଡ଼ ରେ ସାମିଲ ହୋଇଥିଲେ ।ଏହି କ୍ରୀଡା ମହୋତ୍ସବକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ତନ୍ମୟ କର,ନିର୍ଦ୍ଦେଶକ ବିଭୁଧେନ୍ଦୁ ବଳ, ଅନୁଷ୍ଠାନ ର ଅଧ୍ୟକ୍ଷା ରଶ୍ମିତାବାଳା ଗଡ଼ନାୟକ,ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ । ପ୍ରତ୍ୟେକ ମଣିଷ ସମାଜରେ ବଂଚିବା ପାଇଁ ଦୈନନ୍ଦିନ ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ବନ୍ଧରେ ମଞ୍ଚାସୀନ ଅତିଥି ମାନେ ସେମାନଙ୍କର ଉଦଘାଟନୀ ଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଶିକ୍ଷା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ କ୍ରୀଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସେମାନଙ୍କର କ୍ରୀଡା ନୈପୂ୍ଣ୍ୟ ପ୍ରଦର୍ଶନ କରିଥିଲେ । ତା.୨୦.୧୨.୨୪ଦିନ କ୍ରୀଡା ପ୍ରତିଯୋଗୀତାର ଉଜ୍ଜାପନ
ଉତ୍ସବ ପାଳନ କାରାଯାଇଥିଲା । ଏହି ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଓ ବଉଳିଗଡ଼ ସରପଞ୍ଚ ଅମେନ୍ଦ୍ର ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଉତ୍ସବର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୁଃସାହସିକ କଳାକୃତି ପ୍ରଦର୍ଶନ କରାଯାଇଥିଲା ।ଏହି ଉତ୍ସବରେ କଲେଜ ଅଧ୍ୟ୍ୟାପକ ଦୀପକ କୁମାର ଦେହୁରୀ, ଆଲୋକ ବେହେରା, ଚନ୍ଦନ କୁମାର ନନ୍ଦ, ସୁଜିତ ପ୍ରଧାନ, ଅନ୍ ୟ କୁମାର ସାହୁ, ସିପୁନ କୁମାର ସେଣ୍ଢ ,ସୌମ୍ୟ ପ୍ରକାଶ ରାଉତ, ସମ୍ବିତ କର,ମନସ୍ୱାନି ପରିଡା,ସିଧାର୍ଥ ଗଡ଼ନାୟକ,ସ୍ୱରାଜ ରାଉଳ, ଅଧ୍ୟ୍ୟାପିକ ସ୍ୱର୍ଣ୍ଣପ୍ରଭା ସିଂହ, ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଏଲିନା ସାହୁ, ସୁପ୍ରୀତୀ ଧର ,ମାନସୀ ରଞ୍ଜିତା ପ୍ରଧାନ,ସନ୍ନମ ପଟ୍ଟନାୟକ, ସ୍ୱାଗତିକା ନାୟକ,ପିଅନ ପ୍ରଶାନ୍ତ ଭୁକ୍ତା, ରବୀନ୍ଦ୍ର ଗଡ଼ନାୟକ, ବାପି ଭୁକ୍ତା, ଉମା କାନ୍ତ ସେଠି ,ବରିଷ୍ଠ କିରାଣୀ ସୁରେଶ ଚନ୍ଦ୍ର କର ,ଲୋକ ସମ୍ପର୍କ ଅଧିକାରୀ ଶଶାଙ୍କ ଶେଖର ସାମଲ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *