Spread the love

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆମ୍ବେଦକର ବିରୋଧୀ ମନ୍ତବ୍ୟ ପାଇଁ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ


ଅନୁଗୋଳ ୨୦।୧୨ ଆଜି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ ଆଚରଣ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଡଃ ଆମ୍ବେଦକର ବିରୋଧୀ ମନ୍ତବ୍ୟ ବିରୋଧରେ ବିଭିନ୍ନ ପ୍ରକାରର ଶ୍ଳୋଗାନ ଦେଇ ବଜାର ଛକରେ ସମସ୍ତ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ ଆଚରଣର ଘୋର ବିରୋଧ କରିବା ସହ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତି ସଂସଦ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଯେଉଁ ଭଳି ଭାବରେ ଅପମାନ ସୂଚକ ମନ୍ତବ୍ୟ ରଖିଲେ, ତାର ଦୃଢ ନିନ୍ଦା କରିଥିଲେ। କେନ୍ଦ୍ର ସରକାର ଭାରତବର୍ଷରେ ଏକଛତ୍ର ଶାସନ କରିବା ପାଇଁ ଯେଉଁ ଭଳି ଆଚରଣ ପ୍ରଦର୍ଶନ କରୁଛି, ତାକୁ ନିନ୍ଦା କରିବା ସହ ଦେଶର ଅଖଣ୍ଡତା ଓ ଏକତାକୁ ଦୃଢୀଭୂତ କରିବା ପାଇଁ ଓ ଦେଶରେ ସାର୍ବଭୌମ ଓ ନିରପେକ୍ଷତାକୁ ବଜାୟ ରଖିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ ବୋଲି କଂଗ୍ରେସ ଦଳକୁ ବଦନାମ କରିବା ପାଇଁ ବିଜେପି ଅହରହ ହୀନ ଉଦ୍ୟମ କରିଚାଲିଛି। ଏହା ଭାରତବାସୀ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ମତ ପ୍ରକାଶ କରିଥିଲେ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ, ଗୋବିନ୍ଦ ନାଏକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ସୁଦୀପ ମିଶ୍ର, ରାକେଶ ମିଶ୍ର, କସିଦା ଖାନ, ପ୍ରମୋଦ ସାହୁ, ଦୁର୍ଗା ସତପଥି, ମାନସ ବିଶ୍ବାଳ, ସନ୍ତୋଷ ଦେହୁରୀ, ବିଭୁତି ଦେହୁରୀ, ପ୍ରହଲ୍ଲାଦ ସାହୁ, ସୌମେନ୍ଦ୍ର ଦେହୁରୀ, ଲୋକନାଥ ସାହୁ, ଅର୍ଜୁନ ଦେହୁରୀ, ସୂର୍ଯ୍ୟମଣି ସାହୁ, ରଶ୍ମି ରଞ୍ଜନ ସାହୁ, ପୁରନ୍ଦର ନାଏକ, ଦୀପକ ବେହେରା, ଇସ୍ପନ ସାହୁ, ସନତ ପ୍ରଧାନ, କାନ୍ଦୁରୁ ଦେହୁରୀ, ହିରୋ ଗୋଚ୍ଛାୟତ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *