
*ଜାତୀୟ ଗଣିତ ଦିବସ ଅବସରରେ ବଅଁରପାଳ ଶିଶୁ ବିଦ୍ୟା ମନ୍ଦିରରେ ଗଣିତ ହାଟ ଅନୁଷ୍ଠିତ।
ବଅଁରପାଳ (୨୧/୧୨) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଜାତୀୟ ଗଣିତ ଦିବସ ପାଳନ ଅବସରରେ ଏକ ଗଣିତ ହାଟ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମ୍ପାଦକ ହିଁ ମା.ଶ୍ରୀଯୁକ୍ତ ଅଖିଳ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ l ଅନ୍ୟତମ ଅତିଥିଭାବେ electronic media ର ସାମ୍ବାଦିକ ମା. ଶ୍ରୀଯୁକ୍ତ ସୁଶିଲ ଆଇଚ ମଞ୍ଚାସୀନ ଥିଲେ ।ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ପଦ୍ମିନି ବେହେରା ଉପସ୍ଥିତ ଥିଲେ।ଶିଶୁ ମାନଙ୍କ ଦ୍ଵାରା ଗଣିତ ହାଟ ୧୦ଟା ରୁ ଘ୍୧.୩୦ମି ଚାଲିଥିଲା ।ଗଣିତ ହାଟ ଦେଖିବା ପାଇଁ ଅଭିଭାବକ,ଅଭିଭାବିକା ,ଜନସାଧାରଣ ଭିଡ ଜମି ଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅତିଥି ଅଧିକାରୀମାନଙ୍କର ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ଗଣିତ ପ୍ରମୁଖ କୁତାର୍ଥ ଗଡ଼ନାୟକ ଗଣିତଜ୍ଞ ଶ୍ରୀନିବାସ ରlମlନୁଜନଙ୍କ ଜୀବନୀ ଉପରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଦିବା ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ତନ୍ମୟ କୁମାର ନାଥ ଓ ସମସ୍ତ ଗୁରୁଜୀ ଗୁରୁମlଙ୍କ ସହଯୋଗରେ ଗଣିତ ପ୍ରଶ୍ନମଞ୍ଚ ,ପତ୍ରବlଚନ ,ଓଲଟା ଗଣନ, ଗୁଣନ ଖନ୍ଦା ର ଅଭ୍ୟାସ , ଗଣିତ ଚାର୍ଟ ପ୍ରଦର୍ଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଶିଶୁମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

