କୋରାପୁଟ ଜିଲ୍ଲା ପୋଲିସ 325 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, କୋରାପୁଟ ଜିଲ୍ଲା, ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ, ଝାଡ଼ବାନ୍ଧର ରୋହିତ ଜେନା। ଉଲ୍ଲେଖ ଯୋଗ୍ୟ ଯେ, ଉପରୋକ୍ତ ଦୁଇ ଅଭିଯୁକ୍ତ ଏକ ବୋଲେରୋରେ ବେଆଇନ ଗଞ୍ଜେଇ ଭର୍ତ୍ତି କରି ଜଲାପୁଟରୁ ବ୍ରହ୍ମପୁର ଚୋରା ଚାଲାଣ କରୁଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ବଡେଲ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗୋଡ଼ିପୁଟ ଛକ ନିକଟରେ ପୁଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ ଓ ବୋଲେରୋକୁ ଜବତ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

April 18, 2026/
No Comments


