( କୃତିବାସ ପରିବାର କୁ ଭେଟିଲେ କମ୍ୟୁନିଷ୍ଟି ପାଟି ନେତୃମଣ୍ଡଳୀ)
ଜଗତସିଂହପୁର ତା=3/1/25:ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ଗ୍ରାମପଞ୍ଚାୟତ ସାରଣା ଗ୍ରାମର କୃତ୍ତିବାସ ସ୍ଵାଇଁ (୩୮) ଅମଳ ହେବାକୁ ଥିଵା ୩ ଏକର ଜମିରେ ଫସଲ ନଷ୍ଟ ହେବା ଫଳରେ ଆତ୍ମହତ୍ୟାର ରାସ୍ତା ଆପଣେଇଥିଲେ । ସରକାର ଏହି ଦୁର୍ବିପାକରେ ଚାଷୀଙ୍କ ଉଦ୍ବେଗକୁ ଗୁରୁତ୍ଵ ନ ହେବା ଦ୍ବାରା ମୃତ କୃତ୍ତିବାସ ସ୍ଵାଇଁଙ୍କ ପରି ସାରା ରାଜ୍ୟରେ ୭ଜଣ ଚାଷୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି | ମୃତ କୃତ୍ତିବାସଙ୍କ ୨ ନାବାଳିକା ଝିଅ ଓ ତାଙ୍କର ସୁନାର ସଂସାର ଉଜୁଡ଼ି ଯାଇଥିବାବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଙ୍କ ନେତୃତ୍ବରେ ଅଖିଳ ଭାରତ ଛାତ୍ର ସଂଘ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସଂପାଦକ ସତ୍ୟ ରଞ୍ଜନ ମହାନ୍ତି, ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦକ ଜିନ୍ମୟୀ ସାହାଣୀ, ସିପିଆଇ ଜିଲ୍ଲା ସମ୍ପାଦକ ଅଜୟ ବେହେରା, ରାଜ୍ୟ ପରିଷଦ ସଦସ୍ୟ ବିଜୟ ମହାନ୍ତି, ପୂର୍ବତନ ଏରସମା ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲି, ଯୁବନେତା ଦେବାଶିଷ ପରିଜା, ସ୍ଵାଧୀନ ଚେତା ସମାଜ ଵିଶ୍ଳେଷକ ସତୀଶ ମିଶ୍ର, ଅଶୋକ ସାହୁ, ଯୁବନେତା ମାନସ ପଟ୍ଟନାୟକ ପ୍ରମୁଖ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କୃତ୍ତିବାସ ସ୍ଵାଇଁଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ କୃତିବାସ ପରିବାରକୁ ରାଜ୍ୟ ସରକାର ଅନ୍ୟୁନ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଦେବାକୁ ଦାବି କରିଛନ୍ତି। ମୃତ କୃତ୍ତିଵାସ ଙ୍କ ଦୁଇ ଝିଅଙ୍କ ଅଧ୍ୟୟନ ଶେଷ ପର୍ଯ୍ୟନ୍ତ ସରକାରୀ ବ୍ୟୟରେ ପାଠପଢ଼ା ସହ କର୍ମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି । ଅଦିନିଆ ବର୍ଷା ଜନିତ ଫସଲ ନଷ୍ଟ ବାବଦରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ପର୍ଯ୍ୟାପ୍ତ କ୍ଷତିପୂରଣ ନ ଦେଲେ ରାଜ୍ୟ ବ୍ୟାପୀ ବ୍ୟାପକ କୃଷକ ଆନ୍ଦୋଳନ ହେବ ବୋଲି ଭାରତୀୟ କମ୍ୟୁନିଷ୍ଟି ପାଟି ନେତୃତ୍ୱ ମାନେ ଚେତାବନୀ ଦେଇଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



