ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ମାଓବାଦୀ ନିହତ
ଭୂବନେଶ୍ୱର, ୦୩/୦୧ : ଛତିଶଗଡ଼ର ସୋରନାମାଲ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଡିଆରଜି, ଏସଟିଏଫ ଓ ସିଆରପିଏଫ ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ପ୍ରାୟ ୩ ଶହ ଯବାନ ରାତିରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଓଡ଼ିଶାର ନବରଙ୍ଗପୁରରୁ ଯାଇଥିବା ଯବାନ ମଧ୍ୟ ଘେରାବନ୍ଦୀ କରିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା।



