ଶ୍ୟାମଚରଣପୁର ବିକାଶ ସମିତି ର ବନ୍ଧୁମିଳନ / ବଣଭୋଜୀ
ଢେଙ୍କାନାଳ ତା 12.01.2025ରିଖ ଦିନ ଶ୍ୟାମଚରଣପୁର ବିକାଶ ସମିତି ଆନୁକୂଲ୍ୟରେ ଏକ ପାରିବାରିକ ବଣଭୋଜୀ / ବନ୍ଧୁମିଳନ ସ୍ଥାନୀୟ ବୋରାପଦା ଆମ୍ବ ବଗିଚାରେ ପ୍ରାୟ ତିନି ଶହ ପଚାଶ ଲୋକକୁ ନେଇ ଅନୁଷ୍ଠିତ ହୋଇ ଯାଇଅଛି ଏବଂ ପୁରାତନ କମିଟିର କାର୍ଯ୍ୟକାଳ ସରିଯାଇଥିବାରୁ ନୂତନ କମିଟି ଗଠନ କରାଯାଇଥଲା. ନୂତନ କମିଟରେ ସର୍ବ ସମ୍ମତି କ୍ରମେ ପୂର୍ବତନ କମିଟିର ସଭାପତି ଶ୍ରୀ ଯୋଗିନାଥ ମହାନ୍ତିଙ୍କୁ ନୂତନ କମିଟିର ସଭାପତି ଭାବେ ପୁନର୍ବାର ଚୟନ କରାଯାଇଛି. ସମ୍ପାଦକ ଭାବେ ଶ୍ରୀ ପ୍ରସନ୍ନ କୁମାର ସାହୁ. ସହ ସମ୍ପାଦକ ଶ୍ରୀ ସ୍ଵର୍ଣଭାନୁ ଦାସ ଓ ଶ୍ରୀ ହରିଶ ଦାସ. ଉପସଭାପତି ଭାବେ ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀ, ବିରଞ୍ଚି ନାଥ, ସର୍ବେଶ୍ୱର ପତି, ଭରତ ଚନ୍ଦ୍ର ଦାସ. କୋଷାଧକ୍ଷ ଭାବେ ଶ୍ରୀ ଅରୁଣ ମହାନ୍ତି ଓ ଉପଦେଷ୍ଟା କମିଟି ରେ ପ୍ରଫେସର ନିତ୍ୟାନନ୍ଦ ମିଶ୍ର, ରାମଚନ୍ଦ୍ର ଦାସ, ବେଣୁଧର ଚମ୍ପତି, ଅକ୍ଷୟ କୁମାର ସାହୁ ଓ ଅଦ୍ୟେତ ରାଉତ ମନୋନୀତ ହୋଇ ଛନ୍ତି ଚୟନ ପ୍ରକ୍ରିୟା କୁ ପୂର୍ବତନ ତହସିଲଦାର ଶ୍ରୀ ସନ୍ତୋଷ ତ୍ରିପାଠୀ ପରିଚାଳନା କରିଥିଲେ. ଉପସ୍ଥିତ ଥିବା ଅଞ୍ଚଳ ବାସୀ ସପରିବାରେ ବଣଭୋଜୀ ର ମଜା ନେଇଥିଲେ.
