Spread the love

*ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ସଂଘର ବାର୍ଷିକ ବନ୍ଧୁମିଳନ ୨୦୨୫*

ଜାନୁଆରୀ ୧୨ ତାରିଖ ଦିନ ସମ୍ପୁର୍ଣ୍ଣ ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ମାନଙ୍କ ବନ୍ଧୁମିଳନ କାର୍ଯ୍ଯକ୍ରମ ହୋଟେଲ ନିରୁପମା ଠାରେ ବହୁତ ଧୁମ୍ ଧାମ୍ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ, ପର୍ଜଙ୍ଗ ବ୍ଲକ, ହିନ୍ଦୋଳ ବ୍ଲକ, ବଣସିଂହ ଅଞ୍ଚଳ, ଭାପୁର ଓ ତାଳବାରକୋଟ ଅଞ୍ଚଳର ୪୦୦ ରୁ ଊର୍ଦ୍ଧ୍ବ ପୁର୍ବତନ ସୈନିକ ମାନେ ଯୋଗଦାନ କରିଥିଲେ। ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତଙ୍କ ବଳିଷ୍ଠ ନେତୃତ୍ବ ଏବଂ ଓଜସ୍ୟି ବକ୍ତବ୍ଯ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନେତା ତଥା ସମାଜସେବୀ ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର ଉପସ୍ଥିତ ହୋଇ ସମସ୍ତଙ୍କୁ ଉଦବୋଧନ ଦେଇ ପ୍ରଭାବିତ କରିଥିଲେ। ମନୋରଞ୍ଜନ କାର୍ଯ୍ଯକ୍ରମ ରେ କୁନିକୁନି ପିଲାଙ୍କ ନୃତ୍ୟ ସଙ୍ଗୀତର ମଜା ସମସ୍ତ ସଦସ୍ୟ ମାନେ ଉଠାଇ ଆନନ୍ଦିତ ହୋଇଥିଲେ। ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ କୁନି ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ପୁର୍ଣ୍ଣ କାର୍ଯ୍ଯକ୍ରମକୁ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ ନିଜେ ତାଙ୍କ ସହଯୋଗୀ ମାନଙ୍କୁ ନେଇ ଦାଇତ୍ବ ଦେଇ ସୂଚାରୁ ରୁପେ ପରିବାହିତ କରିଥଲେ। ଏହି କାର୍ଯ୍ୟକ୍ରମ ରେ ସଭାପତିଙ୍କ ସହିତ ଉପଦେଷ୍ଟା ଭ୍ରମରବର ଦଳାଇ, ଉପସଭାପତି ବିମଳ କୁମାର ଶତପଥି ଓ ବିଭୁତିଭୁଷଣ ନନ୍ଦ, ସମ୍ପାଦକ ସୁବାସ ଚନ୍ଦ୍ର ହୋତା, ଯୁଗ୍ମ ସଂପାଦକ ବଟକୃଷ୍ଣ ସାହୁ, କୋଷାଧ୍ୟକ୍ଷ ଅଖିଳ କୁମାର ରାଉତ, ରାମଚନ୍ଦ୍ର ମୁକୁଟ , ହାଡିବନ୍ଧୁ ଦାସ, ଦୁର୍ଗା ମହାପାତ୍ର, ରଞ୍ଜିତ ପାଣିଗ୍ରାହୀ, ମାନସରଞ୍ଜନ ପଣ୍ଡା, ଭଜମନ ବେହେରା, ବୀରେନ୍ ବିଶ୍ଵାଳ, ଦାଶରଥି ବରାଳ, ପ୍ରକାଶ ଚନ୍ଦ୍ର ସ୍ଵାଇଁ, ମନୋରଞ୍ଜନ ମିଶ୍ର, ନିରଞ୍ଜନ ସାହୁ, ଆର୍ତ୍ତତ୍ରାଣ ସାହୁ, ଆଦି ସଦସ୍ଯ ମାନେ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *