ନଆଦିଲ୍ଲୀ: ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ । ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ ।ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଏସୀ, କଂଗ୍ରେସର ନାସିର ହୁସେନ, ମୋଦ୍ ଜାଓ୍ବେଦ୍ (କଂଗ୍ରେସ), ଏ ରାଜା (ଡିଏମକେ), ମୋହିବୁଲ୍ଲା (ସମାଜବାଦୀ ପାର୍ଟି), ଏମ ଅବଦୁଲ୍ଲା (ଡିଏମକେ), ଅରବିନ୍ଦ ସାୱନ୍ତ (ଶିବସେନା ୟୁବିଟି), ନାଦିମ ଉଲ ହକ (ଟିଏମସି) ଏବଂ ଇମ୍ରାନ ମାସୁଦ (କଂଗ୍ରେସ), ୧୦ ବିରୋଧୀ ସାଂସଦ ରହିଛନ୍ତି ।ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମା କରିବାରୁ ଏମାନଙ୍କୁ ଦିନକ ପାଇଁ ସସ୍ପେଣ୍ଡ୍ କରାଯାଇଛି ।ଅନ୍ୟପଟେ ଏହାକୁ ନେଇ ବର୍ଷିଛନ୍ତି ନିଲମ୍ବିତ ସାଂସଦ । ଅଧ୍ୟକ୍ଷ ତାଙ୍କ ମନମାନି କରୁଥିଲେ ବୋଲି ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା, ବୈଠକ ସମୟରେ ଯେମିତି ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ୟାନେଲର ଅଧ୍ୟକ୍ଷ କାହାରି କଥା ଶୁଣି ନଥିଲେ । ଆଉ ବିଜେପି ସାଂସଦମାନେ ଭାବୁଥିଲେ ଯେ, ସେମାନେ ଉପ-ପ୍ରଧାନମନ୍ତ୍ରୀ ଏବଂ ଉପ-ଗୃହମନ୍ତ୍ରୀ ।

June 17, 2026/
No Comments


