Spread the love

ଚିକଣା ପ୍ରାଇମେରୀ ଲିଗରେ ବ୍ରାହ୍ମଣୀଗାଁ ବାଘ ଚମ୍ପିୟାନ

ଯାଜପୁର __ ବିଂଝାରପୁର ବ୍ଳକ ଅନ୍ତର୍ଗତ ଚିକଣା ପଞ୍ଚାୟତର ଚିକଣା ଷ୍ଟାଡିୟମ ଠାରେ ଗତ ଛଅ ଦିନ ଚାଲିଥିବା ମା ଜାଗୁଳାଇ ସପୋଟିଙ୍ଗ କ୍ଳବ୍ ତରଫରୁ ଚିକଣା ପ୍ରାଇମେରୀ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବ୍ରାହ୍ମଣୀଗାଁ ବାଘ ଟିମ୍ ଚାମ୍ପିଅନ ହୋଇଛି।ଚିକଣା ର ସନରାଇଜ ଓ ବ୍ରାହ୍ମଣୀଗାଁ ବାଘ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ପୃର୍ବତନ ସରପଞ୍ଚ ଧ୍ରୁବଚରଣ ସେଠି, ସମାଜସେବୀ ଜିତେନ୍ଦ୍ର ପ୍ରଧାନ ଓ ସମାଜସେବୀ ଶ୍ରୀଧର ମଲିକ ପ୍ରମୁଖ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।ମ୍ୟାନ ଅଫ ଦି ମ୍ୟାଚ ଭାବେ ରାଜେନ୍ଦ୍ର ରାଜା,ମ୍ୟାନ ଅଫ ଦି ସିରିଜ ଭାବେ ବଳରାମ ବେହେରା,ବେଷ୍ଟ ବୋଲର ଭାବେ ସ୍କୁତି ରଞ୍ଜନ ରାଉତ, ବେଷ୍ଟ ଫିଲଡର ଭାବେ ସ୍ବର୍ଯ୍ୟ ସିଂ ପ୍ରମୁଖଙ୍କୁ ଅତିଥି ମାନେ ପୁରସ୍କୁତ କରିଥିଲେ।ଖେଳକୁ ମା ଜାଗୁଳାଇ ସପୋଟିଙ୍ଗ କ୍ଳବର ପିଲାମାନେ ସହଯୋଗ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *