Spread the love

ଅମ୍ବାଭୋନା ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନ ରେ ସାଧାରଣତନ୍ତ୍ର ଦିବସ ପାଳିତ

ଅମ୍ବାଭୋନା:୨୭/୧/୨୫-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ କାର୍ଯ୍ୟାଳୟ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଅମ୍ବାଭୋନା ବିଡ଼ିଓ ଲଳିତ କୁମାର ବାଗ ସାଧାରଣତନ୍ତ୍ର ଦିବସ ସମ୍ପର୍କ ରେ ନିଜ ବକ୍ତବ୍ୟ ରଖିଥିଲେ ଓ ସାଧାରଣତନ୍ତ୍ର ଦିବସ ବିଷୟ ରେ ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ଭୁକ୍ତା ବ୍ଲକ କଲୋନୀ ସ୍କୁଲ, ପଂଚାୟତ ଗାର୍ଲସ ହାଇସ୍କୁଲ ଓ ଗାଡେନିୟା ଇଂଲିଶ ମିଡିୟମ ସ୍କୁଲ ସମେତ ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ସେହିପରି ପ୍ରକାଶପୁର ସ୍ଥିତ ଜୟ ଜଗନ୍ନାଥ କଲାପରିଷଦ ରେ କଲାପରିଷଦ ର ପୁରୁଖା ସଭ୍ୟ ଟୀକାରାମ ପଟେଲ ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନ ର ସଭ୍ୟ ରବିଶଙ୍କର ବେହେରା, ଥଣ୍ଡାରାମ ପଧାନ, ଶିବପ୍ରଶାଦ ଭୋଇ, ଲିଙ୍ଗରାଜ ପଟେଲ, ନାଗାର୍ଜୁନ ସାହୁ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଦ୍ୱାରୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସର ରେ ସରପଞ୍ଚ ଜ୍ଞାନ ରଞ୍ଜନ ଭୋଇ ପତାକା ଉତ୍ତୋଳନ କରିଥିଲେ।

Leave a Reply

Your email address will not be published. Required fields are marked *