Spread the love

ବ୍ଲକ ସଭାଗୃହରେ ପଂଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ

ବରଗଡ,୩୧/୧ (ପବିତ୍ର ମେହେର )ବରଗଡ ଜିଲା ଅତାବିରା ବ୍ଲକ ସଭାଗୃହରେ ପଂଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ବ୍ଲକ ଚେୟାରମ୍ୟାନ ଗୀତାଜଂଳୀ ନାଏକକଂ ସଭାପତିତ୍ବରେ |ଏଥିରେ ବିଧାୟକ ନିହାରରଂଜନ ମହାନନ୍ଦ, ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ,ଜିପିଡିଓ ମହମ୍ମଦ ଆକବର,ଭାଇସ ଚେୟାରମ୍ୟାନ ଅନନ୍ତ ମେହେର ,ଏଇଇ ମନାସୀବା ମହାପାତ୍ର ମଂଚାସୀନ ଥିଲେ |ଏହି ଅଧିବେଶନରେ ପୂର୍ବ ସଭାର ବିପରଣୀ ପଠନ କରିଥିଲେ ଜିପିଡିଓ ମହମ୍ମଦ ଆକବର |ପାନୀୟ ଜଳ ,ଯୋଗାଣ ବିଭାଗ,ଶିକ୍ଷା,ସ୍ବାସ୍ଥ୍ୟ,ସାମାଜିକ ନିରାପତ୍ତା,ସମନ୍ବିତ ଶିଶୁ ବିକାଶ ଯୋଜନା,କୃଷି,ଉଦ୍ୟାନ କୃଷି,ଜଂଗଲ ବିଭାଗ,ପଶୁ ପାଳନ,ଶକ୍ତି,ମତ୍ସ,ଜୀବିକା ମିଶନ,ଶିଳ୍ପ ବିକାଶ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା |ଉପସ୍ଥିତ ସମସ୍ତ ଅଧିକାରୀ ଆଗାମୀ ଦିନରେ ଗଠନମୂଳକ କାର୍ଯ୍ୟରେ ସଦାସର୍ବଦା ନିଜକୁ ନିୟୋଜିତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ |ତେବେ ସ୍ଥାନୀୟ ଜନପ୍ରତିନିଧି ସରକାରୀ ଯୋଜନାକୁ ସଠିକ୍ ବିନିଯୋଗ କରିବାରେ କେତେ ତତ୍ପରତା ଦେଖାଉଛନ୍ତି ତାହା ଆଗାମୀ ଦିନରେ ସମୟ କହିବ ।

Leave a Reply

Your email address will not be published. Required fields are marked *

You missed