Spread the love

ଯୋଗାଣ ଅଧିକାରିଣୀ ଙ୍କ ଅଫିସରେ ତାଲା


କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ଯୋଗାଣ ଅଧିକାରିଣୀ ବବିଲତା ବେହେରା ମନମୁଖୀ କାର୍ଯ୍ୟ କରୁଥିବାରୁ ଲୋକେ ହନ୍ତ ସନ୍ତ | ଜନ ସାଧାରଣ ଓ ସମାଜ ସେବି ଡମ୍ବରୁ ବାରିକ ଙ୍କ କହିବା କଥା ଯୋଗାଣ ଅଧିକାରିଣୀ ଙ୍କ ପାଖକୁ ବିଭିର୍ନ ସମସ୍ୟା ନେଇ ଲୋକେ ଆସୁଥିବା ବେଳେ ଯୋଗାଣ ଅଧିକାରିଣୀଙ୍କ ଦେଖା ମିଳୁନାଇଁ | ଦୀର୍ଘ ଚାରି ପାଞ୍ଚଦିନ ହେଲା ଅନେକ ଲୋକ ବ୍ଲକକୁ ଆସିଥିବା ବେଳେ ଯୋଗାଣ ଅଧିକାରିଣୀ ଙ୍କ ଅଫିସରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା | ଏହି ବିଷୟରେ ଲୋକେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ଅଢା ଙ୍କ ପାଖରେ ଅଭିଯାଗ କରିଥିଲେ | ସଙ୍ଗେ ସଙ୍ଗେ ବିଡିଓ, ସାମ୍ବାଦିକ, ଓ ଝୁମ୍ପୁରା ମଣ୍ଡଳର ଜିଲ୍ଲା ପ୍ରତିନଧି ମହେନ୍ଦ୍ର ପଟନାଏକ ଯୋଗାଣ ଅଧିକାରିଣୀ ବବିଲତା ବେହେରା ଙ୍କୁ କଲ କରିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇନଥିବା ବେଳେ | ଯୋଗାଣ ଅଧିକାରିଣୀ ବବିଲତା ବେହେରା ଅଫିସର ତାଲା 12 ଟାରେ ଖଲିଥିଲେ | ଝୁମ୍ପୁରା ମଣ୍ଡଳର ଜିଲ୍ଲା ପ୍ରତିନଧି ମହେନ୍ଦ୍ର ପେଟନାଏକ ଅଫିସ ର ତାଲା 12 ଟାରେ ଖାଲିବାର କାରଣ ପଚାରିବାରୁ ସେ କୋଣସି ଉତ୍ତର ଦେଇନଥିଲେ | ଏନେଇ ଝୁମ୍ପୁରା ବ୍ଲକ ବିଡିଓ ହୃଦାନନ୍ଦ ଅଢା, ଜଗାଣ ଅଧିକାରିଣୀ ଙ୍କୁ ତାଗିଦ କରିବା ସହିତ ସମୟରେ ଆସିବାକୁ କହିଥିଲେ |

ରଞ୍ଜନ ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *