
ଢେଙ୍କାନାଳ ଜିଲ୍ଲା ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ କୋର୍ଟ ନିକଟସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାମ୍ପନ କରାଯାଇଥିଲା | ତା ପରେ ଜିଲ୍ଲା କାର୍ଯ୍ୟାଳୟ ବସନ୍ତ ବିହାର ଠାରେ ଥିବା ମଧୁବାବୁଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମରେ ଜିଲ୍ଲା ଶାଖା କାର୍ଯ୍ୟକାରୀ ସଭାପତି ଡ଼ଃ ପ୍ରମୋଦ ନାୟକଙ୍କ ସଭାପତିତ୍ବ ରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ସଭାପତି ତଥା ଓଡିଶା ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ବସନ୍ତ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନନ୍ଦ, ସମ୍ପାଦକ ଈ.ଲଳିତ ମୋହନ ବେହେରା, କାର୍ଯ୍ୟାଳୟ ସମ୍ପାଦକ ବିନୟ କୁମାର ପାତ୍ର, ପ୍ରମୁଖ ଅନ୍ୟାନ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାମ୍ପନ କରିଥିଲେ ଏବଂ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ.ସମ୍ପାଦକ ଲଳିତ ମୋହନ ବେହେରା ଢେଙ୍କାନାଳ ଜିଲ୍ଲା ଶାଖା।
