ଭୂବନେଶ୍ବର,୦୫/୦୨ : ଆସନ୍ତା ୯ ତାରିଖରେ ବାରବାଟୀରେ ଦିନିକିଆ ମ୍ୟାଚ ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ୭ ତାରିଖରେ ଭୁବନେଶ୍ୱରରେ ପହଂଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ । ୮ ତାରିଖରେ ଉଭୟ ଟିମ ଅଭ୍ୟାସ ପାଇ ବାରବାଟୀ ଯିବେ ବୋଲି ପୋଲିସ କମିଶନର ଏସ ଦେବ ଦତ୍ତ ସିଂ କହିଛନ୍ତି। କଟକ ବାରବାଟୀ ମ୍ୟାଚ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କମିଶନର ଏସ ଦେବ ଦତ୍ତ ସିଂ ।
ଓସିଏ, ପୋଲିସ, ହୋଟେଲ, ଏୟାରପୋର୍ଟ, ସିଆଇଏସଏଫଙ୍କ ସହ ଆଲୋଚନା ହୋଇଛି । ବିମାନବନ୍ଦର ଠାରୁ ହୋଟେଲ ଓ ବାରବାଟୀ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି । ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ଦିନିକଆ ମ୍ୟାଚ ପାଇଁ ଖେଳାଳି ଭୁବନେଶ୍ବରରେ ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ଷ୍ଟାଡିୟମକୁ ପାଣି ବୋତଲ ନେଇ ଯିବାକୁ ବାରଣ କରାଯାଇଛି ବୋଲି କମିଶନର କହିଛନ୍ତି।



