ଢେଙ୍କାନାଳ କୈବଲ୍ୟ ବଜ଼ାର ସ୍ଥିତ ସିଦ୍ଧବଳରାମ ଜୀଉ ଙ୍କ ମନ୍ଦିର ରେ ଆଜି ମାଘ ମାଷ ର ଭୈମୀ ବଡ ଏକାଦଶୀ ପାଳିତ ହୋଇଯାଇଛି, ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର, ତୁଳସୀ ହାର ଓ ଫୁଲହାର ବଲ୍ଲଭ ଭୋଗ ଲାଗି କରାଯାଇ ଥିଲା, ସକାଳ 10ଘଣ୍ଟା ସମୟରେ ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ଏକାଦଶୀ ବେଢା ଓ ମହା ଦୀପ ଉଠିବ, ମନ୍ଦିର ପହଡ଼ ପଡିବ କାର୍ଯ୍ୟକ୍ରମ କୁ ପୂଜକ ଶ୍ରୀବତ୍ସ ମିଶ୍ର, ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା, ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ, ଙ୍କ ଉପସ୍ଥିତ ରେ ଏହି ଭୈମୀ ବଡ ଏକାଦଶୀ ନୀତି ପାଳିତ ହୋଇ ଅଛି



