ଭୂବନେଶ୍ୱର, ୧୧/୦୨ : ଆଜିଠୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି । ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର, ସାଧୁ, ସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ, ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହେବେ । ସେଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାପୀଠ । ପ୍ରଶାସନ ଓ ପୋଲିସ ପ୍ରଶାସନ ତଥା ଯୋରନ୍ଦା ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷ ମେଳାକୁ ବହୁ ସାଧୁସନ୍ଥ ମାନେ ଆସୁଥିବା ଦେଖିବାକୁ ମିଳିଛି । ମହଣ , ମହଣ ଘୃତରେ ବିଶ୍ଵର ମଙ୍ଗଳ ପାଇଁ ତଥା ଜଗତ, ଭଗତ ମାନଙ୍କର ମଙ୍ଗଳ କାମନା କରି ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱିତ । ଅଗ୍ନିରେ ଲକ୍ଷାଧିକ ନଡ଼ିଆ ପୋଡା ଯିବ । ମାନସୀକ ଧାରୀ ମାନେ ଚୁଟି ମଣ୍ଡଳ କରିବେ । ସାଧୁ ସନ୍ଥ ମାନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ, ନିଜ ପରିବାରର ମଙ୍ଗଳ କାମନା କରିବେ । ହେବାକୁ ବାବା ମାନେ ଆଶା ରଖିଥିବା ପ୍ରକାଶ କରିଛନ୍ତି । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି, ଶୃଙ୍ଖଳା ସହ ମେଳା ଦେଖିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି Iଆସନ୍ତା୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଯୋରନ୍ଦା ମେଳା ।



