ବରଗଡ:୧୩/୨(ପବିତ୍ର ମେହେର ) ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ଗତ ମଙ୍ଗଳବାର ଚୋରି ହୋଇଥିବା ଏକ ବାଇକ୍(ନଂ-ଓଡି ୧୭ ଏସ୍ ୧୫୭୯)କୁ ପୋଲିସ ଜବତ କରିବା ସହିତ ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମର ପ୍ରବୀଣ ତାଣ୍ଡିଆ(୧୯) ଏବଂ ଲୋଇସିରା ଗ୍ରାମର କାହ୍ନା ବଣ୍ଡକି(୨୪)। ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଏ ନେଇ ଅତାବିରା ଥାନାରେ କେସ୍ ନଂ ୪୬/୨୫ ରୁଜୁ ହୋଇଛି।ସୂଚନାଥାଉକି, ମଙ୍ଗଳବାର ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଖଲିଆପାଲି ଗ୍ରାମର ପୀୟୁଷ ଦେବତା(୨୪)ଙ୍କ ଉକ୍ତ ବାଇକ୍ ଚୋରି ହୋଇଯାଇଥିଲା। ଏ ନେଇ ସେ ଅତାବିରା ଥାନାରେ ଏତାଲା ଦେଇଥିଲେ l

April 17, 2026/
No Comments


