ବୌଦ୍ଧ: ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଜଣେ ସହକାରୀ ଶିକ୍ଷକ । ତାଙ୍କ ପରିଚୟ ହେଉଛି ତପନ କୁମାର କଁହର । ଫୁଲବାଣୀର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି । ସେ ବୌଦ୍ଧ ହରଭଙ୍ଗା ବ୍ଲକ କୁଟିବାରୀ ପ୍ରାଥମିକ ଶିକ୍ଷକ ଭାବରେ କାମ କରନ୍ତି ।
ଏକ ନୂତନ ପ୍ରାଥମିକ ବିଦ୍ୟାଳୟର ବିଲ୍ଡିଂ କାମ ନ କରି ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଆଜି ଶୁଣାଣି ହୋଇଛି ।
ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଚାରି ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ଦଣ୍ଡିତ କରାଯାଇ ତପନ କଁହରଙ୍କୁ ଜେଲ ପଠାଇ ଦିଆଯାଇଛି ।ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ଲେଖିବ ଭିଜିଲାନ୍ସ । ତେବେ ଦୋଷୀ ଜଣକ କାନ୍ଦରା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର କଁହର ଭାବରେ ଚିହ୍ନଟ ହୋଇଛନ୍ତି, ଯିଏ ବର୍ତ୍ତମାନ କୁଟିବାରି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବରେ କାମ କରୁଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)

