ସାଇ ଶ୍ରୀକ୍ଷେତ୍ରର ୧୫ତମ ବାର୍ଷିକୀ ଉତ୍ସବ ର କଳସ ଯାତ୍ରା
ଢେଙ୍କାନାଳ ତା ୦୧. ୦୩. ୨୦୨୫ ରିଖ ଦିନ ସକାଳ ୮ ଘଟିକା ସମୟରେ ଶ୍ୟାମଚରଣପୁର ସ୍ଥିତ ସାଇ ବାବାଙ୍କ ମନ୍ଦିରର ୧୫ ତମ ବାର୍ଷିକୀ ଉତ୍ସବ ପାଇଁ ପ୍ରାୟ ୧୫0 ରୁ ଅଧିକ ସାଇ ଭକ୍ତ ମହିଳା କୁଞ୍ଜକାନ୍ତ ପୋଖରୀରୁ କଳସ ଭରି ପୂଜାର୍ଚନା କରି ଦୀର୍ଘ ୨. ୫ କି. ମି ରାସ୍ତା ପାଦରେ ଚାଲି ଶ୍ୟାମଚରଣପୁର ସାଇ ଶ୍ରୀକ୍ଷେତ୍ରରେ ପହଂଚିଥିଲେ।ଆସନ୍ତା କାଲି ସାଇବାବାଙ୍କର ପାଲିଙ୍କି ଯାତ୍ରା ଷ୍ଟେସନ ବଜ଼ାରରୁ ସକାଳ ୭. ୩0 ମିନିଟ ରେ ବିଭିର୍ଣ୍ଣ ପ୍ରକାର ବାଦ୍ୟ ଓ ଯାକଜାମକରେ ଢେଙ୍କାନାଳର ଭକ୍ତ ମାନଙ୍କର ଗହଣରେ ବାହାରି ଦିନ ୧୨ ଟା ମଧ୍ୟରେ ଶ୍ୟାମଚରଣପୁର ସାଇ ଶ୍ରୀକ୍ଷେତ୍ରରେ ପହଁଚିବେ। ଦିନ ୧୨ ଟା ପରେ ପ୍ରସାଦ ସେବନ ଆରମ୍ଭ ହେବ, ଅପରାହ୍ନ ରେ ପୂର୍ଣ୍ଣାହୁତି ଓ ସନ୍ଧ୍ୟା ୬ ଟା ରୁ ସୁନାମ ଧନ୍ୟ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କୁ ଅନୁରୋଧ ଦୟାକରି ଯୋଗଦାନ କରିବା ହେବେ। ସାଇ ପରିବାର, ଶ୍ୟାମଚରଣପୁର, ଢେଙ୍କାନାଳ।



