ଦୁଇଟି ଲୁହାପଥର ବୋଝେଇ ଟ୍ରକ ଓ ସ୍କର୍ପିଓ ଜବତକେନ୍ଦୁଝର ଜିଲ୍ଲାର ଯୋଡା ଖଣିମଣ୍ଡଳରେ ଖଣିଜ ପଦାର୍ଥ ଚୋରାଚାଲାଣ କାରୀଙ୍କ ଉତ୍ପାତ ଅହେତୁକ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ।ତେଣେ ଖଣି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଦାବିଦାର ନ ଥିବା ଖଣିଜ ପଦାର୍ଥକୁ କାଗଜ ପତ୍ରରେ ଜବତ ଦେଖାଇ ବିଭାଗ ଲୋଜିଷ୍ଟିକ ସପୋର୍ଟ ମିଳୁ ନଥିବା ବାହାନା ମାରି ଶହଶହ କୋଟି ଟଙ୍କାର ଖଣିଜ ପଦାର୍ଥକୁ ବେପରୁଆ ଭାବେ ସେହି ସ୍ଥାନରେ ଛାଡି ଦେଉଛି।ଏହାର ରକ୍ଷଣାବେକ୍ଷଣ ତଥା ଜଗୁଆଳି ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଉ ନାହିଁ ।ଖଣି ଉପ ନିର୍ଦ୍ଦେଶାଳୟ କୁ ଜଗିବା ପାଇଁ ଅଧା ଡର୍ଜନ ରୁ ଅଧିକ ଘରୋଇ ସୁରକ୍ଷା କର୍ମୀ ବ୍ୟବସ୍ଥା କରାଯାଇଥିଲେ ହେଁ ଶହଶହ କୋଟି ଟଙ୍କାର ଖଣିଜ ପଦାର୍ଥକୁ ଜଗିବା ପାଇଁ ବିଭାଗ ଆଗ୍ରହ ଦେଖାଉ ନାହିଁ ।ଫଳରେ ଜବତ ଖଣିଜ ପଦାର୍ଥ ଚୋରୀ ହେବାରେ ଲାଗିଛି ।ଖଣି ଜଗିବା ପାଇଁ ଓ ଖଣିରେ ଅନୁଶାସନ ରଖିବା ପାଇଁ ଖଣି ବିଭାଗ ରହିଛି ।ହେଲେ ଖଣିଜ ଚୋରା ଚାଲାଣ କୁ ରୋକିବାରେ ,ଖଣିଜ ବୋଝେଇ ଗାଡ଼ି ଧରିବାରେ ଖଣି ବିଭାଗ ସେପରି କୌଣସି କାର୍ଯୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ ।ଖଣି ଚୋରୀ କୁ ପୋଲିସ ଓ ବନ ବିଭାଗ କିଛିକାଂଶରେ ଆୟତ୍ତ କରୁଛନ୍ତି । କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଠାରେ ଲୁହାପଥର ଚୋରା ଚାଲାଣ କରି ନେଇ ଯାଉଥିବା ଦୁଇଟି ଟ୍ରକ୍ ଏହି କାର୍ଯ୍ୟରେ ବ୍ୟବହୃତ ଗୋଟିଏ ୪ଚକିଆ ଯାନକୁ ବାମେବାରି ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଛି ।ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ପାଞ୍ଚ ଜଣ ଖଣିଚୋର ଙ୍କୁ ମଧ୍ୟ ପୋଲିସ୍ କାବୁ କରିଛି।ତେବେ ଖଣି ବିଭାଗ ଠାରେ ନିଜସ୍ଵ ବିଭାଗୀୟ ଫୋର୍ସ ,ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ, ଥାଇ କୌଣସି ସଫଳତା ପାଇ ପ।ରୁ ନାହିଁ। ଫଳରେ ଶହଶହ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଖଣିଜ ପଦାର୍ଥ ପଡ଼ିରହିଛି ।ଅନ୍ୟ ପକ୍ଷରେ ଜବତ ଲୁହାପଥରକୁ ଖଣି ବିଭାଗ ସୁରକ୍ଷିତ ଭାବେ ରଖି ପାରୁନ ଥିବାରୁ ଜବତ ଲୁହାପଥର ଚୋରି ହେବାରେ ଲାଗିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

July 2, 2026/
No Comments


