ନୂଆକୋରିଆଁ ସାହି ସଭାପତି ଜୟକୃଷ୍ଣ ବେହେରାଙ୍କ ପରଲୋକ
ଢେଙ୍କାନାଳ, ୨/୩: ଢେଙ୍କାନାଳ ସହର ଉପକଣ୍ଠ ନୂଆ କୋରିଆଁ ବଜାର ୨୩ନଂ ୱାର୍ଡର ସଭାପତି ଜୟକୃଷ୍ଣ ବେହେରାଙ୍କ ୯୬ ବର୍ଷ ବୟସରେ ପ୍ରାତଃ ଘ.୬.୧୦ ମି. ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଅଛି । ଦୀର୍ଘ ୪୦ ବର୍ଷ ଧରି ନୂଆକୋରିଆଁ ୨୩ ନଂ ୱାର୍ଡର ସଭାପତି ଭାବେ ରହିଥିଲେ । ସେ ଜଣେ ମିଷ୍ଟଭାଷୀ, ସମାଜସେବୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କର ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କର ସାନ ପୁତ୍ର ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍ କର୍ମଚାରୀ ସଂଘର ସଭାପତି ବସନ୍ତ ବେହେରା ମୁଖାଗ୍ନୀ ଦେଇଥିଲେ ।



