ଜନତା ହାଇସ୍କୁଲରେ ଅର୍ନ୍ତଜାତୀୟ ମହିଳା ଦିବସ – ୨୦୨୫
(ନାରୀ ଶିକ୍ଷା ଓ ନାରୀ ସଶକ୍ତକରଣକୁ ଗୁରୁତ୍ଵ):
ବରଗଡ଼ (ପବିତ୍ର ମେହେର) ନାରୀ ଉଚ୍ଚ ଶିକ୍ଷିତା ଓ ସ୍ୱାବଲମ୍ବୀ ହେଲେ ଦେଶର ପ୍ରଗତି ସମ୍ଭବ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନାରୀ ସଶକ୍ତିକରଣ ପାଇଁ ଆଗେଇ ଆସିବା ଉଚିତ।ଏହାକୁ ଆଖିରେ ରଖି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ, ଭୁକ୍ତାରେ ଅର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ବିଜ୍ଞାନ ଶିକ୍ଷକ ସଂଜୟ ଖମାରୀ ଅର୍ନ୍ତଜାତୀୟ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ନାରୀସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ। ଲିଙ୍ଗଗତ ଭେଦଭାବ ଦୂର କରି ମହିଳା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମର୍ଥ କରାଇବା ଆଭିମୁଖ୍ୟ ନେଇ ସ୍ଥିର କରାଯାଇଥିବା ଚଳିତ ବର୍ଷର ଅର୍ନ୍ତଜାତୀୟ ମହିଳା ଦିବସର ପ୍ରସଙ୍ଗ “ତ୍ବରାନ୍ବିତ କାର୍ଯ୍ୟ ( Accelerate Action)” ବିଷୟରେ ଆଲୋଚନା କରାଯାଇଥିଲା।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳାଙ୍କ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରାଯାଇଥିଲା।ଶିକ୍ଷକ ଶ୍ରୀପତି ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

April 29, 2026/
No Comments


