ଦୁବାଇ: ଆଜି ଦୁବାଇରେ ଚାଲିଥିବା ଉତ୍କଣ୍ଠାପୂର୍ଣ୍ଣ ଆଇସିସି ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ ହରାଇ ଚମ୍ପିଆନ ହୋଇଛି ଭାରତ। ଗୋଟିଏ ଓଭର ତଥା ୬ ବଲ ହାତରେ ଥାଇ ନ୍ୟୁଜିଲାଣ୍ଡର ୨୫୨ ରନ ଟାର୍ଗେଟକୁ ପୂରଣ କରିବାରେ ଭାରତ ସଫଳ ହୋଇଥିଲା।ସମ୍ମାନଜନକ ଚମ୍ପିଆନ୍ସ ଟ୍ରଫି ହାତେଇବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ଆରମ୍ଭ ହୋଇଥିଲା। ଚମ୍ପିଆନ୍ସ ଟ୍ରଫି ଜିତିବା ପାଇଁ ନ୍ୟୁଜିଲାଣ୍ଡ ଭାରତକୁ ୨୫୨ ଟାର୍ଗେଟ ଦେଇଥିଲା। ତେବେ ୨୫୨ ରନ୍ ସ୍କୋର କରି ଭାରତ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଛି।ରୋହିତ ଶର୍ମା ୭୬, ଶୁବମନ ଗିଲ ୩୧, ବିରାଟ କୋହିଲି ୧, ଆୟାର ୪୮, ପଟେଲ ୨୯, ପାଣ୍ଡିଆ ୪ ରନ କରିଥିବାବେଳେ ରାହୁଲ ୩୪ ଏବଂ ରବୀନ୍ଦ୍ର ଯାଡେଜା ୯ ରନ ସ୍କୋର କରିଥିଲେ।ପ୍ରଥମେ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୫୧ ରନ୍ ସ୍କୋର କରିବାରେ ସଫଳ ହୋଇଛି ଏବଂ ଭାରତ ଆଗରେ ୨୫୨ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଫଳରେ ୨୫୨ ରନ୍ କଲେ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିବ ଭାରତ।ଡାରିଲ ମିଚେଲ ଏବଂ ବ୍ରେସୱେଲଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ୨୫୧/୭ ସ୍କୋର କରିଛି। ୟଙ୍ଗ ୧୫, ରଚିନ ୩୫, ମିଚେଲ ୬୩, ଫିଲିପ୍ସ ୩୪ ରନ କରିଥିବାବେଳେ ବ୍ରେସୱେଲ ୫୩ରନ୍ରେ ଅପରାଜିତ ରହିଥିଲେ।ଭାରତୀୟ ଖେଳାଳୀ ବରୁଣ ଏବଂ କୁଳଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି। ସେହିପରି ସାମି ଓ ଜାଜେଦା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-12-scaled.jpg)


