Spread the love

ଆଜି ତା 10/03/2030 ରିଖ ରାଷ୍ଟ୍ରୀୟ ବୌଦ୍ଧ ମହାସଭା ଆହ୍ୱାନ କ୍ରମେ ସମଗ୍ର ଭାରତରସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ଭାରତର ରାଷ୍ଟ୍ରପତି ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାର ମୁଖ୍ୟବିନ୍ଦୁ ବୁଦ୍ଧଗୟା ବିହାରରେ ବୌଦ୍ଧ ବିହାରରେ ଧର୍ମ ନିରପେକ୍ଷତାକୁ ଉଲ୍ଲଙ୍ଘନ କରି ବୌଦ୍ଧ ଭିକ୍ଷୁ ମାନଙ୍କୁ ସେମାନଙ୍କ ଅଧିକରରୁ ବଞ୍ଚିତ କରି ଉତ୍ପୀଡ଼ନ କରିବା ସହିତ ମରଣାତ୍ମକ ଆକ୍ରମଣ କରା ଯାଉଛି। ପ୍ରତ୍ୟକ ଧର୍ମର ଉପାସନା ସ୍ଥଳ ସବୁ ଧର୍ମବାଲମ୍ବୀ ମାନେ ନିଜ ନିଜ ହିସାବରେ ବ୍ୟବହାର କରିଆସୁଛନ୍ତି। ମାତ୍ର ବିହାର ରେ ବୁଦ୍ଧଗୟାରୁ ବୌଦ୍ଧ ମାନଙ୍କୁ ବିତାଡିତ କରି ରାମ ମୂର୍ତ୍ତି ରଖି ହିନ୍ଦୁକରଣ କରିବାକୁ ଷଡଯନ୍ତ୍ର ଚାଲିଛି। ବୌଦ୍ଧ ଧର୍ମ ଏକ ଶାନ୍ତି ଓ ମୈତ୍ରୀର ଧର୍ମ ଭାବେ ସମଗ୍ର ବିଶ୍ୱରେ ପରିଚିତ। ମାତ୍ର ବିହାରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଫଳରେ ଆଜକୁ 25 ଦିନ ଧରି ବିହାର ରେ ବୌଦ୍ଧ ଅବଲମ୍ବୀମାନେ ପ୍ରତିବାଦ କରୁଛନ୍ତି। ଏହାକୁ ସମର୍ଥନ କରି ସମଗ୍ର ବିଶ୍ୱର ବୁଦ୍ଧ ଅନୁଯାଇ ମାନେ ଆସି ଆନ୍ଦୋଳନ ରେ ଅଂଶଗ୍ରହଣ କରୁଛନ୍ତି। ଏଣୁ ବୌଦ୍ଧ ବିହାରକୁ ବୌଦ୍ଧ ମାନଙୁ ହସ୍ତାନ୍ତର କରିବା ପାଇଁ ଦେଶବ୍ୟାପି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଉ ଅଛି। ଢେଙ୍କାନାଳ ଜିଲ୍ଲାପକ୍ଷରୁ ଜିଲ୍ଲାପାଳ ଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଏଥିରେ ଜିଲ୍ଲାର କାର୍ଯ୍ୟକର୍ତ୍ତା ଚିତ୍ରସେନ ନାଏକ, କଳାବତୀ ନାଏକ, ପ୍ରଦ୍ୟୁମ୍ନ କୁମାର ନାଏକ ମିଳିତ ଭାବେ ଏହି ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *