ଭୂବନେଶ୍ୱର, ୧୫/୦୩ : ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ଗୋଟିଏ ବୋଲେରୋ ପିକ୍ଅପ ଓ ୬୬୦ କେଜି ଗଞ୍ଜେଇ ସହିତ ଏକ ଧଳା କାର, ଗୋଟିଏ ପିସ୍ତଲ, ମାଗାଜିନ, ଦୁଇଟି ଗୁଳି ଏବଂ ୫ଟି ମୋବାଇଲ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ବୋଲି ପୋଲିସ ସୂଚନା ଦେଇଛି।
ଗିରଫ ୬ ଜଣ ହେଲେ ରାୟଗଡ଼ା ସହର ନୂଆସାହିର ଆର. ଅମଲରାଜ, ଆର ଅବିନାଶ, ଆର ଆନନ୍ଦ, ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର ରଞ୍ଜିତ କରକରିଆ, କୋରାପୁଟ ଥାନାର ମଜିବୁଲ ହକ ଅଲି ଓ କୋରାପୁଟର ଏ ବିନୋଦ କୁମାର।ଯାଞ୍ଚ ବେଳେ ସେଥିରେ ୨୨ କେଜି ଓଜନ ୩୦ଟି ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚୁରା କରଛି ପୋଲିସ। ପଚରାଉଚୁରା ବେଳେ ଏହି ଗଞ୍ଜେଇ ଚନ୍ଦ୍ରପୁର ବ୍ଲକର ଏକ ରିମୋଟ ଗାଁରୁ ଆଣିଥିବା ଏବଂ ଛତିଶଗଡ ରାଜ୍ୟର ରାୟପୁରକୁ ପଠାଉ ଥିବା ସ୍ବୀକାର କରିଥିଲେ। ଗିରଫ ସମସ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ନେଇ ଆଇଆଇସି କେକେବିକେ କହଁର ସୂଚନା ଦେଇଛନ୍ତି।



