ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ
ତାଳଚେର, ତାଳଚେର ବ୍ଲକ ଅନ୍ତର୍ଗତ ଗୁଣ୍ଠୁବାହାଳ ଗ୍ରାମରେ ଆଜି ମହାଆଡ଼ମ୍ବର ସହ ଶ୍ରୀ ଶ୍ରୀ ହନୁମାନଙ୍କର କଳସଯାତ୍ରା ସକାଳ ୭ଘଟିକା ସମୟରେ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ୭ଘଟିକା ସମୟରେ ଭଜନସମାରୋହ କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତାକାଲି ହନୁମାନ ବିଗ୍ରହଙ୍କର ସରସ ପୂଜାପ୍ରଚାର ହେବାସହ ବିଭିନ୍ନ ଦେବାଦେବୀଙ୍କ ଆହ୍ୱାନ, ହୋମଯଜ୍ଞ, ପୂର୍ଣ୍ଣାହୂତି ଓ ନାମସଂକିର୍ତନ ଏବଂ ମଙ୍ଗଳବାର ଦିନ ପ୍ରସାଦ ସେବନ ସହ ସନ୍ଧ୍ୟା ୬ଘଟିକା ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସ୍ଥିରିକୃତ କରାଯାଇଛି । ଏହି ଅବସରରେ ରେଙ୍ଗାଳିସ୍ଥିତ ସୁଲେଇପାଳ ଗ୍ରାମ ଅନୁଗୋଳ ସ୍ଥିତ କାଣ୍ଡସର ଗ୍ରାମର ଦୁଇଦଳ ମଧ୍ୟରେ ଦଣ୍ଡଯାତ୍ରା ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଭାଗିରଥି ଶତପଥୀ, ଉପଦେଷ୍ଠା ମାନସରଞ୍ଜନ ଶତପଥୀ, ସରୋଜ ଭୂତିଆ, ସୁଶାନ୍ତ ସାହୁ, ବେଣୁଧର ଶତପଥୀ ସହଯୋଗୀ ରାମଚନ୍ଦ୍ର ଭୂତିଆ, ମଧୁସୁଦନ ଭୂତିଆ, ଗିରିଶ ଭୂତିଆ, ନୀଳମଣି ସାହୁ, ସରୋ ଖଟୁଆଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ହୋଇଛି ।



