ଆଦର୍ଶ ଗୁରୁ ଦାମୋଦର ଦାଶଙ୍କ ସ୍କୁତିସଭା ଅନୁଷ୍ଠିତ
ଯାଜପୁର ___ ବିଂଝାରପୁର ର ବାଙ୍ଗରା ନିକଟବର୍ତ୍ତୀ ଅର୍ଗଳ ପଞ୍ଚାୟତର କୁଳସାହି ଗ୍ରାମର ଆଦର୍ଶ ଛାତ୍ର ବସ୍ରଳ ଶିକ୍ଷକ ସ୍ବର୍ଗତ ଦାମୋଦର ଦାଶଙ୍କ ଦ୍ଵାଦଶାହ ଅବସରରେ ସ୍କୁତିଚାରଣ ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଧଳ,ସୁନାକର ପଣ୍ଡା, ପଣ୍ଡିତ ବଟକୃଷ୍ଣ ପଣ୍ଡା, ହାବଳଗଣ୍ଡ ପାଟଣାର ବିକେବି ହାଇସ୍କୁଲର ପ୍ରଧାନଶିକ୍ଷକ ସଞୟ କୁମାର ସାମଲ,ଯୁବ ସାମ୍ବାଦିକ ସରୋଜ କୁମାର ସାହୁ,ପ୍ରଭାକର ଦାଶ,ନିତାଇ ଚାନ୍ଦ କର,ଆଳି ନାଗରିକ ମଞର ସଭାପତି ଧନେଶ୍ଵର ରାଉତ,କବି ଗୋବିନ୍ଦ ଚନ୍ଦ୍ର ନନ୍ଦ,ଶିକ୍ଷା ଅନୁ ନିରୀକ୍ଷକ ନରହରି ପାତ୍ର,ସରିତା ଦାଶ,ସିପ୍ରା ଦାଶ,ବିମଳ ରଥ, ପୃର୍ବତନ ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ନାୟକ, ଶିକ୍ଷକ ଅଭିମନ୍ୟୁ ବାରିକ , ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ଦାଶ, ଅଧ୍ୟାପିକା ପାର୍ବତୀ ଦାଶ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାଶ ଜଣେ କର୍ତ୍ତବ୍ୟ ନିଷ୍ଠ, ଛାତ୍ର ବସ୍ରଳ ଓ ଆଦର୍ଶ ଶିକ୍ଷକ ଓ ଧର୍ମପରାୟଣ ପରୋପକାରୀ ଥିଲେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ।ତାଙ୍କ ଜିବନ କାଳରେ ବହୁ ସମାଜସେବା କାମ କରିଥିଲେ । ଶେଷରେ ଶିକ୍ଷାବିତ ଅଜୟ କୁମାର ପଣ୍ଡା କୁତଜ୍ଞତା ଜ୍ଞାପନ କରିଥିଲେ। ଏସମସ୍ତ କାର୍ଯ୍ୟକ୍ରମକୁ ଲମ୍ବୋଦର ଦାଶ, ପ୍ରଭାକର ଦାଶ, ଦିବାକର ଦାଶ,ବାବନ ଚନ୍ଦ୍ର ଦାଶ ଙ୍କ ସମେତ ଝିଅ ଜୋଇଁ ଓ ବନ୍ଧୁ ବାନ୍ଧବ ଏବଂ ପରିବାର ବର୍ଗ ସମସ୍ତଙ୍କ ସହଯୋଗରେ ପରିଚାଳିତ ହୋଇଥିଲା ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



