Spread the love

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ପାଞ୍ଚମାଇଲି ଠାରେ ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣା ର ତଦନ୍ତ ପାଇଁ ଆସିଥିବା ପିସିସି ଅନୁଧ୍ୟାନ କମିଟି ର ଚେୟାରମ୍ଯାନ ପୂର୍ବତନ ସାଂସଦ, ମନ୍ତ୍ରୀ ତଥା ପିସିସି ରାଜନୈତିକ ନୀତି ନିର୍ଦ୍ଧାରଣ କମିଟି ସଦସ୍ୟ ଶ୍ରଯୁକ୍ତ ନଗେନ୍ଦ୍ର କୁମାର ପ୍ରଧାନ, ଅନୁଧ୍ୟାନ କମିଟି ର ସଦସ୍ୟା ବିଧାୟିକା ଶ୍ରୀମତୀ ସୋଫିଆ ଫିରଦୋସ୍, ଶ୍ରୀମତୀ ସସ୍ମିତା ବେହେରା, ଶ୍ରୀଯୁକ୍ତ ବିଶ୍ୱଜିତ ଦାସ ଙ୍କୁ ଅନୁଗୋଳ କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ଭଟ୍ଟ, କଂଗ୍ରେସ ଦଳର ଶତାଧିକ କର୍ମୀ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କଂଗ୍ରେସ ଭବନରୁ ସମସ୍ତ ସଭ୍ଯ ଅନୁଗୋଳ ଡାକ୍ତରଖାନା ଯାଇ, ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହିତ ପୀଡିତାଙ୍କର ଶିଘ୍ର ଆରୋଗ୍ଯ ନିମନ୍ତ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ଦୋଷୀକୁ ପୋକ୍ସୋ ଆଇନ ଅନୁଯାଇ କଠୋର ଦଣ୍ଡ ବିଧାନ ସହିତ ପୀଡିତାଙ୍କର ଭରଣପୋଷଣ, ଶିକ୍ଷା ଓ ଉପଯୁକ୍ତ କ୍ଷତିପୁରଣ ଦାବୀ କରାଯାଇଥିଲା। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ବିଗତ ଦିନରେ ୪ ଟି ନାରୀ ତଥା ଶିଶୁ ନିର୍ଯ୍ଯାତନା ଘଟଣା ଘଟି ଯାଇଥିବାରୁ କମିଟି ସଦସ୍ଯ ମାନେ ଏ ନେଇ ଉଦବେଗ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ଶ୍ରୀଯୁକ୍ତ ଅକ୍ଷୟ ବିଶ୍ବାଳ, ବିଧାନସଭା ପ୍ରାର୍ଥି ପ୍ରଫୁଲ୍ଲ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଶ୍ରୀଯୁକ୍ତ ସୁର୍ଯମଣୀ ସାହୁ, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଛାତ୍ର କଂଗ୍ରେସ ସଭାପତି ସାହୁ, ଜୟନ୍ତ କୁମାର ସାହୁ, କସିଦା ଖାନ, ନିଲକମଲ ସେଠୀ, ଅଳକା ମହାପାତ୍ର, ପ୍ରକାଶ ପ୍ରଧାନ, ବନ ବିହାରୀ ପ୍ରଧାନ, ସହଦେବ ବେହେରା, ସୁଦୀପ ମିଶ୍ର, ବଲବୀର ସିଂହ, ଅରୁପ ସାମଲ, ସୌମେନ୍ଦ୍ର ଦେହୁରୀ, ଲୋକନାଥ ସାହୁ, ପିଣ୍ଟୁ ଦେହୁରୀ, କମ୍ଭୁ ଦେହୁରୀ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *