ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ଅମ୍ବାଭୋନା ପଞ୍ଚାୟତ କୁ ମିଲିଲା ପଞ୍ଚାୟତ ଆୱାର୍ଡ଼

ଅମ୍ବାଭୋନା ୨୪-୪-୨୫ (ପ୍ରକାଶ ଚନ୍ଦ୍ର ରଥ)ବରଗଡ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସମାରୋହରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଅମ୍ବାଭୋନା ଗ୍ରାମ ପଞ୍ଚାୟତର ଆର୍ଥିକ ବର୍ଷ ୨୦୨୩-୨୦୨୪ ରେ ପଞ୍ଚାୟତ ସ୍ତରରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ଉଚ୍ଚ ପାରଦର୍ଶିତା ପାଇଁ ପଞ୍ଚମ ରାଜ୍ୟ ଅର୍ଥ କମିଶନ ତରଫରୁ ଇନସେଣ୍ଟଟିଭ ଗ୍ରାଣ୍ଡ ରୂପେ ଅମ୍ବାଭୋନା ପଞ୍ଚାୟତକୁ “ପଞ୍ଚାୟତ ଆୱାଡ଼” ସହ ୫,୭୯,୭୧୦ (ପାଞ୍ଚ ଲକ୍ଷ ଅଣସ୍ତରୀ ହଜାର ସାତ ଶହ ଦଶ) ଟଙ୍କାର ଚେକ ପୁରସ୍କୃତ କରାଯାଇଛି ।ଅମ୍ବାଭୋନା ସରପଞ୍ଚ ଶ୍ରୀମତୀ ଗୁଳାପୀ ଦାସ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଠାରୁ ପୁରସ୍କାର ରାଶି ସହ ମାନପତ୍ର ଗ୍ରହଣ କରିଥିଲେ ।




