“ସଂଯୁକ୍ତ କୃଷକ ସଂଗଠନ ତରଫରୁ ରୁ ରବି ଧାନ କିଣା ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ”
ବରଗଡ:୨୫/୪(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ହେଲେ ଜିଲ୍ଲା ରେ ଧାନ କିଣାବିକା ନାହିଁ ନ ଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାରେ ତିନୋଟି ଆର ଏମ ସି ଅଛି ଅତାବିରା ରେ ୧୦୪କୋଟି, ବରଗଡ଼ ରେ ୬୫କୋଟି ଏବଂ ପଦ୍ମପୁର ଆର ଏମ ସି ରେ ୩୩କୋଟି ଟଙ୍କା ପଡି ରହିଛି ହେଲେ କୃଷକ ମାନେ ଗଛମୂଳେ ଧାନ ବିକ୍ରି କରୁଛନ୍ତି ଏପରିକି ଅନେକ ମଣ୍ଡି ରେ ଅତ୍ୟାବଶ୍ୟକ ବ୍ୟବସ୍ଥା ମଧ୍ୟ୍ୟ ନାହିଁ। ଫଳରେ ଚାଷୀ ମଣ୍ଡିକୁ ଆଗ୍ରହ ସହିତ ଧାନ ନେଉନାହିଁନ୍ତି । ଏଣୁ ଧାନ ବିକ୍ରିପାଇଁ ଆମର କିଛି ପ୍ରସ୍ତାବ।୧-ଆର ଏମ ସି ରେ ପଡି ରହିଥିବା ଚାଷୀ ମାନଙ୍କ ଟଙ୍କା ର ସୁବିନିଯୋଗ କରି ମଣ୍ଡି ଭିତ୍ତଭୂମି ନିର୍ମାଣ କରାଯାଉ।୨- FAQ କ୍ୟାଲିଟି ନାଁରେ ଚାଷୀଙ୍କ ଠାରୁ ଧାନ କାଟିବା ବନ୍ଦ କରାଯାଉ।୩- ମିଲ ର ଆଳ ନ ଦେଖାଇ ମଣ୍ଡି ରେ ଧାନ ପଡ଼ିବାର ୪୮ ଘଣ୍ଟା ମଧ୍ୟରେ ଧାନ କିଣା ବ୍ୟବସ୍ଥା କରାଯାଉ।୪-ଦଲାଲ ମୁକ୍ତ ମଣ୍ଡି ନ ହେଲେ କୃଷକ ବାରମ୍ବାର ଶୋଷିତ ଲୁଣ୍ଟିତ ହେବ ଏଣୁ ଦଲାଲ ମୁକ୍ତ ମଣ୍ଡି ବ୍ୟବସ୍ଥା କରାଯାଉ।୫-ରାଇସ ମିଲର ମାନଙ୍କୁ ମଣ୍ଡି ରେ ପ୍ରତେକ୍ଷ ନିୟନ୍ତ୍ରଣ ରୁ ବାଦ ଦିଆଯାଉ।୬- ମଣ୍ଡି ପରି ଚାଲାକ କର୍ମ ଚାରୀମାନଙ୍କୁ ୨ବର୍ଷ ରେ ଅନେତ୍ର ବଦଳି କରାଯାଉ।୭-ମଣ୍ଡି ପରିଚାଳନା ଦାୟିତ୍ୱ ମିଲର କୁ ନ ଦେଇ କ୍ରୟ ସଂସ୍ଥା କୁ ଦିଆଯାଉ।୮-ରବି ଋତୁ ଧାନ ସଂଗ୍ରହ ମାଇ ୧ତାରିଖ ରୁ କରିବା ପାଇଁ ମାର୍ଗଦର୍ଶିକା ନିର୍ଦେଶ ଥିବା ବେଳେ କାହିଁକି ଏବଂ କାହା ସ୍ୱାର୍ଥ ରେ ୧୪ମଇ ରୁ ଧାନ କିଣା ଆରମ୍ଭ ହେବ କାରଣ ଯେଉଁମାନଙ୍କର ଧାନ ଅମଳ ହୋଇଗଲାଣି ସେମାନେ ରଖିବେ କେଉଁଠି ଏଣୁ ୧ମଇ ର ମଣ୍ଡି ରେ ଧାନ ରଖିବା ଅନୁମତି ଦିଆଯାଉ।୯-ମଣ୍ଡି କୁ ଧାନ ଆଣିବାର ଦାୟିତ୍ୱ ହେଉଛି କୃଷକ ମାନଙ୍କର କିନ୍ତୁ କାହିଁକି କେବଳ ଝୁଟ ବସ୍ତା ରେ ଧାନ ଆଣିବାପାଇଁ ବାଧ୍ୟ କରାଯାଇଛି ଯଦି ବାଧ୍ୟ କରାଯିବ ତାହାହେଲେ ମଣ୍ଡି କୁ ଧାନ ଆଣିବା ବସ୍ତା ସରକାର ଯୋଗାଇ ଦିଅନ୍ତୁ ନ ହେଲେ ଚାଷୀ ଚୂନ ଧାନ ଆଣି ମଣ୍ଡି ରେ ପକାଇବା ପାଇଁ ବାଧ୍ୟ ହେବେ।୧୦- ସେଟ୍ ଲାଇଟ଼ ସର୍ଭେ ଆଳ ଦେଖାଇ ମନମୁଖୀ ବହୁତ ଚାଷୀଙ୍କ ପଞ୍ଜିକରଣ ଜମି ତୁଳନା ର ଟୋକନ କାଟି ଦିଆଯାଉଛି।

ତେଣୁ ଚାଷ ଅନୁସାରେ ପଞ୍ଜିକରଣ ଭିତ୍ତିରେ ଧାନ କାର୍ଡ ଦିଆଯାଉ।ଧାନ ସଂଗ୍ରହ ନିର୍ଦ୍ଧେଶିକା ଅନୁସାରେ ଜିଲ୍ଲାପାଳ ହେଉଛନ୍ତି ନୋଡାଲ ଅଫିସର ତାଙ୍କର ନିଷ୍ପତ୍ତି, ଦକ୍ଷତି, ସ୍ୱଚ୍ଛତା ଏବଂ ଆନ୍ତରିକତା ଉପରେ ନିର୍ଭର କରେ ଧାନ କିଣା ବ୍ୟବସ୍ଥା। ଏଣୁ ଅତି ଗମ୍ଭୀରତା ସହିତ ବିଚାର କରୀ ଚାଷୀ ମାନଙ୍କ ଠାରୁ ସରକାରୀ ମୂଲ୍ୟରେ, ବିନା କଟଣୀ ଏବଂ ଦଲାଲ ମୁକ୍ତ ସହିତ ତୁରନ୍ତ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରିବାକୁ ସଙ୍ଗଠନ ତରଫରୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ଯେ ଅମଳ ଧାନ ମଣ୍ଡି ରେ ରଖିପାରିବେ, ସେଟ୍ ଲାଇଟ୍ ସର୍ଭେ ଯେମିତି ଠିକ ଭାବେ ହୋଇପାରିବ ଚାଷୀ ମାନଙ୍କୁ ସହାୟତା କରିବା ପାଇଁ କହିଛନ୍ତି ଏବଂ ଯେଉଁ ଚାଷୀ ଟୋକନ କମ ଆସିବ ଅଭିଯୋଗ କଲେ ପୁନର୍ବିଚାର କରାଯିବ। ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ନିରନ ପଧାନ, ସୁବଳ ପଧାନ, ଏକାଦସିଆ ସାହୁ, ପ୍ରଶାନ୍ତ ସାହୁ ନେତୃତ୍ୱ ନେଇଥିଲେ।


