ଗ୍ରାମାଞ୍ଚଳରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
ଢେଙ୍କାନାଳ – ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମରେ ଏମ୍ରି ଗ୍ରୀନ ହେଲଥ ସର୍ଭିସ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେଵା ତରଫରୁ ମହୁଲଖୋଳି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହେଇଯାଇଛି l ଏହି ଅବସରରେ ମ୍ୟାଲେରିଆ ରୋଗ ର କାରଣ ନିରାକାରଣ ସମ୍ବଦ୍ଧରେ ଆଲୋଚନା କରାଯିବା ସହ ମାଇ ଆନୋଫିଲିସ ମଶା ବଂଶ ବୃଦ୍ଧି ହେଉଥିବା ସ୍ଥାନ ଗୁଡିକ ନିଜ ଘରର ଚତୁର୍ପାଶ୍ୱ ର ପରିବେଶ ସ୍ୱଚ୍ଛ ନିର୍ମଳ ରଖିବା ପାଇଁ ସଚେତନତା କରାଯାଇଥିଲା l ଔଷଧ ମୁକ୍ତ ମଶାରୀ ବ୍ୟବହାର ନିମନ୍ତେ ଜନସଚେତନା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା l ଗୁରୁତ୍ୱର ମ୍ୟାଲେରିଆ ରୋଗୀ ଓ ଅନ୍ୟାନ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେଵା ସ୍ଥିତିରେ ଗର୍ଭବତୀ ମା ଓ ଶିଶୁ ଗୁରୁତର ଦୁର୍ଘଟଣା ଜନିତ ସରକାରଙ୍କ ତରଫରୁ ମାଗଣା ୧୦୮ ଆମ୍ବୁଲାନ୍ସ ସେବାରେ ସୁବିଧା ନେବା ଉପରେ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା l ଏହି ସଚେତନତା କାଯ୍ୟକ୍ରମ ରେ ଉପସ୍ଥିତ ୧୦୮ ସେବାର ଜିଲ୍ଲାର ପୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ସାୟାନ ବୋଷ, କ୍ଳଷ୍ଟର ମ୍ୟାନେଜର ଶ୍ରୀଯୁକ୍ତ ଜ୍ଞାନୋଦୟ ଦାସ, ସୁନୀଲ ପ୍ରଧାନ ଓ ଅତିଥି ଭାବରେ ଚନ୍ଦ୍ରଶେଖର ୟୁଥ କ୍ଲବର ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ମହାନ୍ତି, ଯୁଗ୍ମ ସଂପାଦକ ଆଲୋକ ମହାଭୋଇ, ତ୍ରିନାଥ ସାମଲ ଓ ଯୁବ ଗୋଷ୍ଠୀ ଗ୍ରାମବାସୀ ଉପସ୍ଥିତ ଥିଲେ l



