ଢେଙ୍କାନାଳ ୨୬/୦୪ : ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୟନ୍ତୀ ସମାରୋହ ଉତ୍ସବ ସ୍ଥାନୀୟ ସୂଚନା କେନ୍ଦ୍ର ତଥା ପାଠାଗାର ରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଛି | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଅନେକ ଜୀବନକୁ ସୃଜନଶୀଳ କରିବାକୁ ପ୍ରୋତ୍ସାହିତ କରି ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି କୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲା । ବରପୁତ୍ରଙ୍କ ଜୀବନୀ ଜାଣିବା ରେ କୁଣ୍ଠା ବୋଧ ନ କରିବାକୁ ବର୍ତ୍ତମାନ ର ଯୁବପିଢୀ ପ୍ରେରଣା ନେବା ଉଚିତ । କୃଷ୍ଣଚନ୍ଦ୍ର ଗଜପତି ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରିକରଣର ବୀଜ ବୁଣିଥିଲେ । କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ଭାଷା ବଞ୍ଚେଇବା ପାଇଁ ଲଢେଇ କରିଥିଲେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନରୁ ସାଲିଶ ବିହୀନ ମାନସିକତା କୁ ହଟେଇ ଅନ୍ୟାୟ ବିରୁଦ୍ଧରେ ମୂହଁ ଖୋଲି ଆଗକୁ ବଢିବାକୁ ଶିଖିବା ଦରକାର।

April 30, 2026/
No Comments


