ଶ୍ରୀଶ୍ୟାମ ରୋଷେଇ ନିଃଶୁଳ୍କ ସେବା ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଅଦ୍ୟ ତା ୨୬/୦୪/୨୦୨୫ ଶନିବାର ଦିନ ବରଗଡ଼ ସ୍ଥିତ ଶ୍ରୀ ମନୋଜ ଅଗ୍ରୱାଲ ଙ୍କ କାର୍ଯ୍ୟାଳୟରେ ବରଗଡ ଶ୍ରୀ ଶ୍ୟାମ ରୋଷେଇ ନିଶାନ ସେବା ମଣ୍ଡଳ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ଅଗ୍ରୱାଲ ଙ୍କ ସଭାପତିତ୍ବରେ ତଥା ଟ୍ରଷ୍ଟ ର ସଂସ୍ଥାପକ ଶ୍ରୀଯୁକ୍ତ ରାମ ରତନ ଲଖମନିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ ଆସନ୍ତା ତା ୩୦/୦୪/୩୦୨୫ ଅକ୍ଷୟ ତୃତୀୟା ବୁଧବାର ଦିନ ଶ୍ରୀ ଶ୍ୟାମ ରୋଷେଇ ନିଃଶୁଳ୍କ ସେବା ସରକାରୀ ହସ୍ପିଟାଲ( ପୁରୁଣା) ରୋଡ଼ ବରଗଡ଼ ଠାରେ ଶୁଭାରମ୍ଭ କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଉକ୍ତ ସଭା ରେ ଟ୍ରଷ୍ଟ ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଏହି ଶୁଭ କାର୍ଯ୍ୟରେ ସମସ୍ତେ ଯୋଗଦାନ କରି ସେବାର ଲାଭ ପାଇବା ସହ ବାବା ଶ୍ୟାମଜୀ ଙ୍କ ଆଶିର୍ବାଦ ପାଇପାରିବେ । ସଭା ଶେଷରେ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ମନୋଜ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।



