ଶିକ୍ଷା ଓ ସଂସ୍କୃତି ପ୍ରେମୀ, ସମାଜସେବୀ, ସଂଗ୍ରାମୀ ନବଘନ ଜେନାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ

ଯାଜପୁର _____ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ବାଲିଆ ଠାରେ ବିଶିଷ୍ଟ ଶିକ୍ଷା ସଂଗଠକ ,ସାହିତ୍ୟ ସଂସ୍କୃତିପ୍ରେମୀ , ସମାଜସେବୀ ତଥା ସଂଗ୍ରାମୀ ନବଘନ ଜେନାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅଭିମନ୍ୟୁ ବାଲିଆ ର ଜୟନ୍ତୀ ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଜନ୍ମଭୁମି ଧାରପୁର ହଳଦୀ ବସନ୍ତ (ପୁଷ୍ପଗିରି) ଠାରୁ ଗ୍ରାମ ପରିକ୍ରମା ଆରମ୍ଭ ହୋଇ ଅଭିମନ୍ୟୁ ବାଲିଆ କଲେଜ ଠାରେ ପରିସମାପ୍ତି ।ନବଘନ ଜେନାଙ୍କ ପ୍ରତିମୃର୍ତ୍ତୀ ଉନ୍ମୋଚନ ,ସ୍କରଣୀକା ଉନ୍ମୋଚନ, ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋର ଜେନାଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର ପୃର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ପୃର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୃର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୃର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପୃର୍ବତନ କୁଳପତି ପ୍ରଫେସର ଡକ୍ଟର ଗୋକୁଳାନନ୍ଦ ଦାସ, ବିଧାୟକ ବିଶ୍ବରଂଜନ ମଲ୍ଲୀକ, ସାହିତ୍ୟକ ଓ ଗବେଷକ ପ୍ରଧ୍ୟାପକ ବୈଷ୍ଣବ ଚରଣ ସାମଲ, ଓଡ଼ିଶା ସାହିତ୍ୟ ଏକାଡେମୀର ଉପ ସଭାପତି ଡ଼ଃ ସଂଗ୍ରାମ ଜେନା ପ୍ରମୁଖ ଯୋଗଦେଇ ଥିଲେ। ଏସମସ୍ତ କାର୍ଯ୍ୟକ୍ରମକୁ ନବଘନ ଜେନା ଜନ୍ମ ଶତବାର୍ଷିକୀ ସମିତି ଓ ଆବାହକ ନିମାଇଁ ରାୟଙ୍କ ତତ୍ବାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



