ଅଖିଳଚକ୍ର ପକ୍ଷରୁ ଶାମେଶ୍ଵରଙ୍କ ପୀଠରେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅରିଲୋ ର ଶାମେଶ୍ଵରଙ୍କ ପୀଠରେ ଅଖିଳଚକ୍ର ପକ୍ଷରୁ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ଭୁୟାଁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅଖିଳଚକ୍ରର ସଭାପତି ରାଜ୍ୟବଦ୍ଧନ ଧଳ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ପ୍ରତାପ ଧଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ପାଦକ ହରେକୃଷ୍ଣ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ରବିନ୍ଦ୍ର କୁମାର ପରିଡ଼ା। ଶିକ୍ଷାବିତ ଗୋପିନାଥ ଦାଶ ଉତ୍ସବର ପରିଚାଳନା କରିଥିଲେ ଓ ସ୍ବାଗତ ଭାଷଣ ଦେଇଥିଲେ। ପ୍ରାଧ୍ୟାପକ ପ୍ରସନ୍ କୁମାର ରାଉତ, ପଦ୍ମାକର ଗୁରୁ,ଶାମେଶ୍ଵର ଆଞ୍ଚଳିକ ଉନ୍ନୟନ କମିଟିର ସଭାପତି ନରହରି ସାମଲ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଏହି ଅବସରରେ ସାହିତ୍ୟକ ଆଦିତ୍ୟ ପ୍ରତାପ ଧଳ,ଅଟଳ ବିହାରି ନାୟକ, ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାମଲ, ଦେବେନ୍ଦ୍ର ନାୟକ ଓ ଆଶିଷ କୁମାର ସାମଲଙ୍କୁ ସମ୍ମାନିତ କରାଯାଇ ଥିଲା।ଏହି ଅବସରରେ ବହି ଉନ୍ମୋଚିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଗୈରାଙ୍ଗ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଦେବ ପ୍ରସାଦ ସାମଲ,ଭାଗ୍ୟଧର ସାହୁ,ଭକ୍ତଚରଣ ସାହୁ, ଅମ୍ବିକା ପ୍ରସାଦ ସାମଲ, ସନ୍ତୋଷ କୁମାର ବେହୁରିଆ, ଅଧ୍ୟାପକ ଅଜୟ କୁମାର ଓଝା ଆଲୋଚନା କରିଥିଲେ । ସଂଯୋଜିକା ଭାବେ କବୟିତ୍ରୀ ଅମ୍ରିତା ସିଂହ, ବନ୍ଦନା ସାମଲ, ଅଧ୍ୟାପକ ମଣ୍ଟୁ ବଳିୟାର ସିଂହ ଓ ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଥିଲେ।ଏହି ସଭାରେ ଅଟଳ ବିହାରି ନାୟକ ଓ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାମଲ ଶାମେଶ୍ଵରଙ୍କ ଐତିହ ଓ ମହାତ୍ମ୍ୟ ଉପରେ ସୁଚନା ଦେଇ ଧନ୍ୟବାଦ୍ ଅପଣ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




