ମା’ ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ କଲେଜ୍ ବାଇପାସ୍ସ୍ଥିତ ମା’ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଉପଲକ୍ଷେ କଳସଯାତ୍ରା କାଠଗଡା ଆନନ୍ଦନଗର ଲୁଣିଝର ଠାରୁ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ଆସି ମା’ଙ୍କ ପୀଠରେ ସ୍ଥାପନ କରାଯାଇଥିଲା । ପରେ କୁଣ୍ଡ ମଣ୍ଡଳ ପ୍ରତିଷ୍ଠା ଓ ଅଗ୍ନି ସ୍ଥାପନ କରାଯାଇଥିଲା । ୨୯ ତାରିଖରେ ସୂର୍ଯ୍ୟପୂଜା, ଗୋ-ପୂଜା, ଷୋଡଶ ଉପଚାର ପୂଜା ଓ ଆହୁତି ପ୍ରଦାନ କରାଯିବ । ୩୦ ତାରିଖ ଅକ୍ଷୟ ତୃତୀୟା ଜନ୍ମୋତ୍ସବରେ ସୂର୍ଯ୍ୟପୂଜା, ଗୋ-ପୂଜା, ଷୋଡଶ ଉପଚାର ପୂଜା ଓ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହେବା ସହ ମଧ୍ୟାହ୍ନରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା ରହିଛି । ପୂଜକ ପଣ୍ଡିତ ରାଜକିଶୋର ମିଶ୍ରଶର୍ମା, ପ୍ରମୋଦ ମିଶ୍ରଶର୍ମା, ଚିତ୍ରସେନ୍ ଦାଶଶର୍ମା, ଶଶିକାନ୍ତ ପଣ୍ଡା ଓ କର୍ତା ଗୁରୁଚରଣ ପାତ୍ର ସମସ୍ତ ପୂଜାକାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରୁଛନ୍ତି । କମିଟି ସଭାପତି ବିଷ୍ଣୁ ଚରଣ ପଟ୍ଟନାୟକ ଓ କର୍ମକର୍ତା ପାର୍ଥସାରଥୀ ପଟ୍ଟନାୟକ, ଦୁଃଖବନ୍ଧୁ ରାଉତ, ସମରେନ୍ଦ୍ର ସିଂହ, ରାଜେଶ ଦାସ୍, ରଶ୍ମିରଞ୍ଜନ ଦାସ ଓ ଦେବାଶିଷ ମିଶ୍ର ପ୍ରମୁଖଙ୍କ ସମେତ ମା’ସୁନ୍ଦରଶୁଣୀ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।



