ଭୂବନେଶ୍ଵର,୨୮/୪ : ଆଲୋଚନା ପରିସରକୁ ଆସିଛି ଓଡ଼ିଆ ସିନେମା । ଏପ୍ରିଲ ୨୮ ଅର୍ଥାତ୍ ଆଜିର ତାରିଖକୁ “ଓଡ଼ିଆ ଚଳଚିତ୍ର ଦିବସ” ରୂପେ ପାଳନ ନେଇ ପ୍ରସ୍ତାବ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଆଜିର ଦିନକୁ ‘ଓଡ଼ିଆ ସିନେମା ଦିବସ’ ଲେଖି ଏହାକୁ ସମର୍ଥନ ଜଣାଇବା ଲାଗି ନିବେଦନ କରାଯାଇଛି।
ଓଡ଼ିଶା ସରକାର ଆନୁଷ୍ଠାନିକ ଭାବରେ ଏପ୍ରିଲ ୨୮କୁ ଓଡ଼ିଆ ସିନେମା ଦିବସ ରୂପେ ଘୋଷଣା କରନ୍ତୁ ବୋଲି ଦାବି ଉଠିଛି।କାରଣ ଏହିଦିନ ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା।



