ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନକୁ ପବିତ୍ର ନଗର ଷ୍ଟେସନ୍ ପର୍ଯ୍ୟନ୍ତ ସଂପ୍ରସାରଣ ନିମନ୍ତେ ପ୍ରଗତି ପକ୍ଷରୁ ଦାବୀପତ୍ର
ତାଳଚେର, ୩୦/୦୪ ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନକୁ ପବିତ୍ର ନଗର ଷ୍ଟେସନ୍ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ନିମନ୍ତେ ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ତାଳଚେର ରେଳ ଷ୍ଟେସନ୍ ଠାରେ ଏରିଆ ରେଲୱେ ମ୍ୟାନେଜର ପବନ କୁମାର ବିଶ୍ୱକର୍ମାଙ୍କୁ ପ୍ର୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନ୍ ଟି ପବିତ୍ର ନଗର ଷ୍ଟେସନ୍ ରୁ ଆରମ୍ଭ କରାଗଲେ ନିକଟସ୍ଥ ଗ୍ରାମ ଯଥା-ସମଲ, କଣିହାଁ, ରେଙ୍ଗାଳି, ଖମାର, ପାଲଲହଡା ଅଂଚଳର ଲୋକମାନେ ଟ୍ରେନ୍ ସୁବିଧା ପାଇବା ସଙ୍ଗେ ସଙ୍ଗେ ପୁରୀ ଜଗନ୍ନାଥ ଧାମ ଯାଇ ପାରିବେ । ଅନୁଷ୍ଠାନର ସଭାନେତ୍ରୀ ଜ୍ୟୋର୍ତିମୟୀ ସାହୁ, ସଂପାଦକ ପ୍ରଭାତ କୁମାର ରଥ, ରାଜ କିଶୋର ସାହୁ, ପ୍ରଦୀପ ମହାରଣା, ସଂଗ୍ରାମ କେଶରୀ କୁଅଁର, ଶରତ ନାଏକ, ସତ୍ୟବ୍ରତ ବେହେରା ପ୍ରମୁଖ ଦାବୀପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।



