ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଢାପଢା ଗ୍ରାମର ଅଧୁବାସୀମାନେ ନିଶାନିବାର ସଚେତନତା କାର୍ଯ୍ୟକ୍ରମ କରିବା ସହିତ ଏହାକୁ ସାକାର କରିବା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଏକ ଲିଖୁତ ନିବେଦନ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କୁ ଦେବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ୫ହଜାରରୁ ଉଦ୍ଧୃ ଜନସଂଖ୍ୟା ବିଶିଷ୍ଟ ଓଡାପଡା ଗ୍ରାମରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପ୍ରଗତିର ଧାରା ଜାରି ରହିଥିବାବେଳେ ଗ୍ରାମରେ ଚୋରା ଦେଶୀ ମଦ (ମହୁଲି) କାରାବାର, ବିଦେଶୀ ମଦ ବିକ୍ରିର ପ୍ରଭାବ ଗ୍ରାମ ଅର୍ଥନୀତିକୁ ପ୍ରଭାବିତ କରିବା ସହିତ ସାମାଜିକ ବିଶୃଙ୍ଖଳା, ପାରିବାରିକ କଳହ, ଅଶାନ୍ତ ଓ ଅକାଳ ମୃତୁର ମୂଳ କାରଣ ସାଜିଛି । ଏହି ସଙ୍କଟମୟ ପରିସ୍ଥିତିରେ ଏହାର ସମାଧାନ ପାଇଁ ଗ୍ରାମବାସୀମାନେ ଏକତ୍ରିତ ହୋଇ ନିଶାନିବାରଣ ସଚେତନ ଅଭିଯାନ ଆରମ୍ଭ କରି ଗ୍ରାମରୁ ମଦଭାଟି ଉଠାଇବା ପାଇଁ ସଂକଳ୍ପବଦ୍ଧ । ଏହାସହ ଏକ ‘ମହିଳା ନିଶାମୁକ୍ତ ପରିଷଦ ଗଠନ କରାଯାଇ ନିଶାନିବାରଣକୁ ଆଖିଆଗରେ ରଖି ବିଭିନ୍ନ ସଚେତନତା ରାଲି, ଗଣଧାରଣା ଓ ସଭାସମିତି ଜରିଆରେ ସଚେତନତାର ବାର୍ତା ଦେଉଛନ୍ତି । ନିଜ ଗ୍ରାମ ସହିତ ଆଖପାଖ ପଡୋଶୀ ଗ୍ରାମକୁ ପଦଯାତ୍ରା କରି ସଚେତନତାର ବାର୍ତା ଦେବା ସହ ଦେଶୀ ଓ ବିଦେଶୀ ଚୋରା ମଦ ବିକ୍ର ବନ୍ଦ ଡାକରା ଦେଇଛନ୍ତି । ଜାତିର ପିତା ଗାନ୍ଧିଜୀଙ୍କର ସପ୍ନକୁ ସାକାର କରାଯିବାରେ ଏ ସାଧୁ ଉଦ୍ୟମ ପାଇଁ ସରକାରୀ ସହାୟତା ଓ ସମୟୋଚିତ ପଦକ୍ଷେପ ନିମନ୍ତେ ପୋଲିସ୍ ପ୍ରଶାସନର ସାହାଯ୍ୟ ପାଇଲେ ଏ କ୍ଷୁଦ୍ର ପ୍ରୟାସକୁ ନିଶ୍ଚିତ ରୂପେ ପ୍ରୋତ୍ସାହିତ ଓ ପ୍ରେରଣା ଯୋଗାଇବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ତେଣୁ ଏହି ମହତ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ସାହାଯ୍ୟ ମିଳିଲେ ଅଂଚଳରେ ଶାନ୍ତିଶୃଙ୍ଖଳା ବଜାୟ ରହିବ ବୋଲି ଗ୍ରାମବାସୀ ମହିଳା ମମି ସାମଲ, ରଞ୍ଜିତା ସାମଲ, ଲିଲି ମହାରଣା, ମେନକା ସାମଲ, କାଇଁଚ ରାଉତ, ସୁଭଦ୍ରା ସାମଲ, ଜୟଶ୍ରୀ ସାମଲ, ବବିତା ସାମଲ, ରଞ୍ଜିତା ସାମଲଙ୍କ ସମେତ ବହୁ ମହିଳା ଉପସ୍ଥିତ ରହି ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

April 29, 2026/
No Comments


