ମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଲା ବଡ ସଫଳତା । ମାଓ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ । ସର୍ଚ୍ଚ କରି ମାଓବାଦୀଙ୍କ ଏକ ଡମ୍ପ୍ ଖୋଜି ବାହାର କରିଛନ୍ତି ସୁରକ୍ଷା ବାହିନୀ । ସୀମାନ୍ତ ଛତିଶଗଡ଼ ଧମତରି ଜିଲ୍ଲାରେ ଏକ ମାଓ ଡମ୍ପ୍ ଠାବ କରିଛନ୍ତି ସୁରକ୍ଷା ବାହିନୀ ।
ନଗରୀ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ ପାଇଁ ଯାଇଥିଲେ।
ସେତେବେଳେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ମାଓବାଦୀଙ୍କ ଏକ ଡମ୍ପ୍ ଖୋଜି ବାହାର କରିଥିଲେ ସୁରକ୍ଷାକର୍ମୀ ।ଡମ୍ପ୍ ଭିତରେ ୩ଟି ଲ୍ୟାଣ୍ଡମାଇନ, ୨ଟି ପାଇପ୍ ବୋମା ଓ ଗୋଟିଏ ଟିଫିନ୍ ବୋମା ସହ ନକ୍ସଲମାନେ ଦୈନିକ ବ୍ୟବହାର କରୁଥିବା ସାମଗ୍ରୀ ମିଳିଥିଲା ।ମାଓବାଦୀମାନେ ଭୟଭୀତ ହୋଇ ଏହିସବୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ଅନୁମାନ କରାଯାଉଛି । ଡିଆରଜି ଓ ସିଆରପିଏଫ ବାହିନୀ ଏହାକୁ ଜବତ କରି ନିଷ୍କ୍ରିୟ କରିଛନ୍ତି ।



